ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ହେଲା ବାୟୁସେନା ଯବାନଙ୍କ ଶେଷକୃତ୍ୟ। ବୀର ଯବାନ ଜଣଙ୍କ ଅଁଳାବେରେଣୀ ଗାଁର ସୁରଜ କୁମାର ହୋତା।
ରାଷ୍ଟ୍ରୟୀ ମର୍ଯ୍ୟାଦା ସହ ୩୦ଟି ତୋପ ସଲାମୀରେ ଶେଷହେଲେ ଯବାନଙ୍କ ଶେଷକୃତ୍ୟ |

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ହେଲା ବାୟୁସେନା ଯବାନଙ୍କ ଶେଷକୃତ୍ୟ। ବୀର ଯବାନ ଜଣଙ୍କ ଅଁଳାବେରେଣୀ ଗାଁର ସୁରଜ କୁମାର ହୋତା। ସୁରଜ ଦୁଇ ବର୍ଷ ତଳେ ପଞ୍ଜାବର ବର୍ଣ୍ଣଲାରେ ବାୟୁସେନାରେ କାର୍ଯ୍ୟରତ ଥିବା ବେଳେ ବ୍ରେନ ଟ୍ୟୁମର ସହିତ ପକ୍ଷଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଗତ ୨୭ ତାରିଖ ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଦେହକୁ ବାୟୁସେନାର ଏକ ସ୍ବତନ୍ତ୍ର ପ୍ଲେନ ଯୋଗେ ଅଣାଯାଇଥିଲା । ପରେ ଗାଁରେ ଶୋକାକୁଳ ପରିସ୍ଥିତିରେ ଆତ୍ମୀୟ ସୃଜନ ଏବଂ ପ୍ରିୟଜନ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପାନ କରିଥିଲେ। ତାଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ରାଷ୍ଟ୍ରୟୀ ମର୍ଯ୍ୟାଦା ସହ ୩୦ଟି ତୋପ ସଲାମୀରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଏବେ ସୁରଜଙ୍କୁ ଝୁରୁଛି ସମ୍ପୂର୍ଣ୍ଣ ଗାଁ ମାଟି ଏବଂ ପ୍ରିୟଜନ। |