ଲକ୍ଷ୍ମୀପୁର ଠାରୁ କୋରାପୁଟ ବସ ଯାଉଥିବା ବେଳେ କାଠ ବୋଝେଇ ଟ୍ରକ କୋରାପୁଟ ଠାରୁ ଲକ୍ଷ୍ମୀପୁର ଆସୁଥିବା ବେଳେ ଡୁମୁରି ପଦର ରେଲୱେ ବ୍ରିଜ ନିକଟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି
ଦୁର୍ଘଟଣାରେ 20ରୁ ଅଧିକ ଯାତ୍ରୀ ଗୁରୁତ୍ତର ହୋଇଥିବା ସୂଚନା ମିଳିଛି

କୋରାପୁଟ- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତୁମୁରି ପଦର ଗ୍ରାମ ନିକଟରେ ଥିବା ରେଲୱେ ବ୍ରିଜି ପାଖରେ କାଠ ବୋଝେଇ ଟ୍ରକ ସହ MSB ବସ ମୁହାଁମୁହିଁ ଧକ୍କା ହୋଇଥିଲା,ଫଳରେ ଦୁଇଟି ଗାଡ଼ିର ଡ୍ରାଇଭର ଚାପି ହୋଇ ରହିଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ଆଜି ସକାଳେ ‘MSSB’ ନାମକ ଘରୋଇ ବସ୍ ଯାତ୍ରୀମାନଙ୍କୁ ନେଇ ଲକ୍ଷ୍ମୀପୁର ଠାରୁ କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡି ଭଙ୍ଗିବା ସହ ଦୁଇ ଡ୍ରାଇଭର ମଧ୍ୟ ଗାଡ଼ିରେ ଚାପି ହୋଇ ରହିଯାଇଥିଲେ,ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗକର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି,ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ଆହାତ ଯାତ୍ରୀମାନଙ୍କୁ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ଜଣା ପଡିଛି ||
|
