ପୂର୍ବ ଏସପିଙ୍କ ଭଳି ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ବେଆଇନ କାର୍ଯ୍ୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବଦଳିଲେ ବାଲେଶ୍ୱର ଏସ.ପି :
ଗୋଟିଏ ପଟେ ବାଲେଶ୍ୱରର ପୂର୍ବତନ ଏସ.ପି ସାଗରିକ ନାଥଙ୍କୁ ଭିଜା ଆଖିରେ ବିଦାୟ ଦେଉଛନ୍ତି ପୋଲିସ ଟିମ , ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଯୁବ IPS ରାଜ ପ୍ରସାଦ I ତେବେ 2018 ବ୍ୟାଚ IPS ରାଜ ପ୍ରସାଦ ପୂର୍ବରୁ ବୌଦ୍ଧ SP ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି I ବାଲେଶ୍ୱର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେଯୁବ IPS ରାଜ ପ୍ରସାଦ ସାଗରିକା ନାଥଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି I ତେବେ ପୂର୍ବ ଏସପିଙ୍କ ଭଳି ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ବେଆଇନ କାର୍ଯ୍ୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ନୂତନ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
