ସୋର: 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ବିଶ୍ୱରଞ୍ଜନ ପ୍ରଧାନ ଏବେ ଭିଜିଲାନ୍ସ ହାତରେ | ସୂଚନା ଯୋଗ୍ୟଯେ , ଭଦ୍ରକ ଅଂଚଳରୁ ନରେଶ ମୁଦୁଲି ଏସିଏସଟି ବିଭାଘର ସାର୍ଟିଫିକେଟ ଆବେଦନ କରିବା ପାଇଁ କିଛି ଦିନ ତଳେ ଆସିଥିଲେ l ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବିଶ୍ୱ ରଞ୍ଜନ ପ୍ରଧାନ 5 ନରେଶ ଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ନରେଶ ଏ ବିଷୟ ଭଦ୍ରକ ଭିଜିଲାନ୍ସ ସହିତ ଆଲୋଚନା କରିବା ପରେ ଭଦ୍ରକ ଓ ବାଲେଶ୍ୱର 6 ଜଣିଆ ଭିଜିଲାନ୍ସ ଟିମ 5 ହଜାର ଟଙ୍କା ଦେବା ସମୟରେ ମାଡି ବସିଥିଲେ l


