ରେଲୱେ ଲାଇନ କଡ଼ରୁ ଉଦ୍ଧାର ହେଲା ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହ || MAYURBHANJ

ରେଲୱେ ଲାଇନ କଡ଼ରୁ ଉଦ୍ଧାର ହେଲା ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହ || MAYURBHANJ

Share with people

MAYURBHNJ -କମୁନି ଦାଦନ ଦୁଃଖ, କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ କାହାର ମୃତଦେହ ଫେରୁଛି ତ କିଏ ବିକଳାଙ୍ଗ ହୋଇ ଫେରୁଛି । ଏଭଳି ସ୍ଥଳେ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ ମାସ ମଧ୍ୟରେ ୧୦ ଜଣରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି ।ସୂଚନାଅନୁସାରେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜେରକାଣି ଗ୍ରାମର ଉଦୟ ସିଂଙ୍କ ପୁଅ ସତ୍ୟବାନ ସିଂ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲ୍ଲାରୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିଲେ । ତେବେ ପରିବାର ଲୋକ ଧାନ ପାଚି ଗଲାଣି ଘରକୁ ଆସ ଆଉ ଧାନ ଅମଳ କରି ପୁଣିଥରେ ଫେରିଯିବ ବୋଲି କହିଥିଲେ । ସତ୍ୟବାନ କମ୍ପାନୀରୁ କିଛି ଟଙ୍କା ପଇସା ଧରି ଟ୍ରେନ ଯୋଗେ ଗାଁକୁ ଫେରୁ ଫେରୁ ବରମପୁର ରେଲୱେ ଷ୍ଟେସନରୁ ରେଲୱେ ପୋଲିସକୁ ସତ୍ୟବାନ ସିଂଙ୍କ ମିଳିଲା ମୃତ ଦେହ । ରେଲୱେ ପୋଲିସ ସତ୍ୟବାନ ସିଂଙ୍କ ପକେଟରେ ଥିବା ଆଧାର କାର୍ଡ ଦେଖି ଝାରପୋଖରିଆ ଥାନାକୁ ଖବର ଦେବା ପରେ ବାପା ଉଦୟ ସିଂ ଓ ଗ୍ରାମର କିଛି ଲୋକ ବରମପୁର ପୋଲିସ ଷ୍ଟେସନରେ ପହଞ୍ଚି ସତ୍ୟବାନ ସିଂଙ୍କୁ ଚିହ୍ନଟ କରି ସ୍ୱର୍ଗରଥ ଦ୍ୱାରା ନିଜ ଗାଁରେ ପହଞ୍ଚିଥିଲେ ।


ବୁଧବାର ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ସତ୍ୟବାନ । ରୋଜଗାରିଆ ପୁଅକୁ ହରାଇ ପରିଣତ ବୟସରେ ବୃଦ୍ଧା ବାପା ମାଆ ଭାଙ୍ଗି ପଡିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *