ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ଅପମାନିତ କରିଥିବା ଅଭିଯୋଗ

ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ଅପମାନିତ କରିଥିବା ଅଭିଯୋଗ

Share with people

ବରିଷ୍ଠ ନାଗରିକଙ୍କୁ କେବଳ ଏକ ମଧ୍ୟାନ୍ନ ଭୋଜନ ପ୍ରଦାନରେ ଦୟା ଦେଖାଇବା ଘଟଣାକୁ ଦୃଢ ଭାବେ ନିନ୍ଦା କରିବା ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରା‌ଯାଇଛି ।

ବରିଷ୍ଠ ନାଗରିକଙ୍କୁ ଅପମାନ କଲେ ଜିଲ୍ଲା ପ୍ରଶାସନ |

ସୁବର୍ଣ୍ଣପୁର-ବରିଷ୍ଠ ନାଗରିକ ମାନେ ଦୟାର ପାତ୍ର ନୁହନ୍ତି ।ବରିଷ୍ଠ ନାଗରିକଙ୍କୁ ଘୃଣା କରନ୍ତୁ ହେଲେ ଦୟା ଦେଖାନ୍ତୁ ନାହିଁ ।ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି।ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜୟନ୍ତୀ ସଭାର ଆୟୋଜନ କରାଯାଇ ମହାପୁରୁଷଙ୍କ ସ୍ମୃତି ଚାରଣ କରାଯାଇଥୁଲା।ଏହି ଅବସରରେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ନାଗରିକଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।ଯେଉଁ ଦୁଇ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଦିବସରେ ସମ୍ବଦ୍ଧିତ କରାଯାଇଥିଲା ସେହି ମାନପ‌ତ୍ରରେ ସାତୋଟି ବାକ୍ୟରେ ପାଞ୍ଚୋଟି ତ୍ରୁଟିଯୁକୁ ଶବ୍ଦ ଥିବା ବେଳେ ଅତିଥ୍‌ ମାନଙ୍କ ସ୍ବାକ୍ଷର ନ ଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ 11ଟା ସମୟରେ ବୈଠକ ଡାକି ଗୋଟାଏ ବେଳେ ପହଂଚିବା ଓ ମାତ୍ର ଛଅ ମିନିଟ ସଭା କରି ପ୍ରସ୍ଥାନ କରିବା କାର୍ଯ୍ୟକୁ ବରିଷ୍ଠ ନାଗରିକ ସଙ୍ଘ ଦୃଢ଼ ନିନ୍ଦା କରିଛି।ଆଜିର ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସୁଶାସନ ଓ ନ୍ୟାୟ ପ୍ରଦାନ ପାଇଁ ବରିଷ୍ଠ ନାଗରିକଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ କେବଳ ଏକ ମଧ୍ୟାନ୍ନ ଭୋଜନ ପ୍ରଦାନରେ ଦୟା ଦେଖାଇବା ଘଟଣାକୁ ଦୃଢ ଭାବେ ନିନ୍ଦା କରିବା ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରା‌ଯାଇଛି। ତେବେ ରାଜ୍ୟ ପ୍ରଶାସନ ଓ ପ୍ରଶାସନିକ ମୁଖ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା ପ୍ରସଙ୍ଗର କଥା କହୁଥିବା ବେଳେ ସୁବର୍ଣ୍ଣପୁର ପ୍ରଶାସନ ବରିଷ୍ଠ ନାଗରିକଙ୍କୁ ଏଭଳି ଅବହେଳା ପ୍ରଦର୍ଶନ କରିବା ଓ ବିବେକହୀନ ଆଚରଣ ପ୍ରଦର୍ଶନ କରିବା ନିନ୍ଦନୀୟ ବୋଲି ଅଭିଯୋଗ କରି ରାଜ୍ୟ ପ୍ରଶାସନକୁ ଏଭଳି ଆଚରଣ ପାଇଁ କିଭଳି ପଦକ୍ଷେପ ନେବେ ତାହା ତାଙ୍କ ବିବେକ ଉପରେ ଛାଡି ଦେଇଥିବା ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପ୍ରକାଶ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *