ରାସ୍ତା ଉପରେ ଓହଳିପଡ଼ିଥିବା 11କେଭି ବିଦ୍ୟୁତ ତାର ସମ୍ପର୍କରେ ଆସି ଗୋଟିଏ ହାଇୱI ନିଆଁରେ ଜଳିଯାଇଛି ,ତେବେ ସେହି ହାଇୱIର ଡ୍ରାଇଭର ଗାଡ଼ିରୁ ଡେଇଁ ପଡିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲେ ବି ଗୁରୁତ୍ତର ହୋଇ ମେଡ଼ିକାରେ ଭର୍ତ୍ତି ହୋଇଛନ୍ତି ||
ଜଳିଗଲା ହାଇୱା,ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ||

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କେସିଙ୍ଗା ରସ୍ତାରେ ଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାଇୱI ନିଆଁରେ ଜଳିଯାଇଛି । ମିଳିଥିବା ସୂଚନା ଅନୁଯାଇ କଳାହାଣ୍ଡି କେସିଙ୍ଗା ରାଜଲକ୍ଷ୍ମୀ କଂଷ୍ଟ୍ରକସନ ଠିକା ସଂସ୍ଥା ଆର ଓ ବି ରାସ୍ତା ନିର୍ମାଣ କରୁଥିବା ବେଳେ ସହି କାର୍ଯ୍ୟରେ ହାଇୱI ନିୟୋଜିତ ହୋଇଥିଲା,ତେବେ ହାଇୱIଟି ଆସୁଥିବା ସମୟରେ ନିର୍ମାଣଧୀନ ରାସ୍ତା ଉପରେ ଯାଇଥିବା 11କେଭି ବିଦ୍ୟୁତ ତାର ଓହଳିପଡ଼ିଥିବାରୁ ତାର ସଂସ୍ପର୍ଶରେ ଆସି ହାଇୱIରେ ନିଆଁ ଲାଗି ଯାଇଥିଲା,ଏହାଦେଖି ହାଇୱIର ଡ୍ରାଇଭର ଗାଡ଼ିରୁ ଡେଇଁ ପଡିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲେ ବି ଗୁରୁତ୍ତର ହୋଇ ମେଡ଼ିକାରେ ଭର୍ତ୍ତି ହୋଇଛନ୍ତି, ସେପଟେ ହାଇୱIରେ ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆକ୍ରାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇଥିଲେ ||
