ଗରମ ଓ ଗୁଳୁଗୁଳିରେ ବେହାଲ ଜନଜୀବନ;ଆଶ୍ୱିନରେ ଖରା ଦେଖି ବୁଲାଉଛି ମୁଣ୍ଡ I

ଗରମ ଓ ଗୁଳୁଗୁଳିରେ ବେହାଲ ଜନଜୀବନ;ଆଶ୍ୱିନରେ ଖରା ଦେଖି ବୁଲାଉଛି ମୁଣ୍ଡ I

Share with people

କିଛି ଦିନ ହେଲା ଖରାଦିନ ଭଳି ଗରମ ଓ ଗୁଳୁଗୁଳି ଅନୁଭବ ହେଉଛି I ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ଓ ପୁରୀରେ ତାପମାତ୍ରା ସ୍ୱାଭାବିକଠାରୁ ୩ଡିଗ୍ରୀ ଅଧିକ ରହିଥିଲା ।

ଭାରତୀୟ ରେଲୱେରେ ସୁରକ୍ଷା ୪.୦

ଘର ବାହାରେ ଟାଏଁ ଟାଏଁ ଖରା।ଘର ଭିତରେ ଗୁଳୁଗୁଳି I ବାହାରେ ଅଧିକ ସମୟ ରହିଲେ ଲାଗୁଛି ଅସ୍ତବ୍ୟସ୍ତ । କିଛି ଦିନ ହେଲା ଖରାଦିନ ଭଳି ଗରମ ଓ ଗୁଳୁଗୁଳି ଅନୁଭବ ହେଉଛି । ପାରଳାଖେମୁଣ୍ଡିରେ ୩୬.୮ ଓ ଭୁବନେଶ୍ୱରରେ ତାତି ୩୬.୨ ଡିଗ୍ରୀରେ ପହଞ୍ଚି ଯାଇଥିଲା । ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ଓ ପୁରୀରେ ତାପମାତ୍ରା ସ୍ୱାଭାବିକଠାରୁ ୩ଡିଗ୍ରୀ ଅଧିକ ରହିଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ତାତି ଅନୁଭୂତ ହୋଇଛି । ଦିନ ୧୨ଟାରୁ ଟାଣ ଖରା ଯୋଗୁ ଡହଡହ ତାତି ହୋଇଥିଲା । ବାହାରକୁ ଗଲେ ଖରାଦିନିଆ ତାତି ଭଳି ଅନୁଭବ ହେଉଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୮ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬.୨ ଓ ଜଗତ୍‌ସିଂହପୁରରେ ୩୬ଡିଗ୍ରୀ ତାତି ରେକର୍ଡ ହୋଇଥିଲା ।

ବାଲେଶ୍ୱରରେ ୩୫.୯, ଚାନ୍ଦବାଲିରେ ୩୫.୮, ଝାରସୁଗୁଡ଼ାରେ ୩୫.୮, ପୁରୀରେ ୩୫.୭, ସୋନପୁର ଓ ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୨, ଅନୁଗୁଳରେ ୩୫.୧, ବାରିପଦା, ଭବାନୀପାଟଣା ଓ କଟକରେ ୩୫, କେନ୍ଦ୍ରାପଡ଼ାରେ ୩୪.୮, ସୁନ୍ଦରଗଡ଼ରେ ୩୪.୫ଡିଗ୍ରୀ ତାତି ଅନୁଭୂତ ହୋଇଛି ।

ଭୁବନେଶ୍ୱରରେ ତାତି ସ୍ୱାଭାବିକଠାରୁ ସାଢ଼େ ୩.୩ ଡିଗ୍ରୀ ଅଧିକ ଥିଲା । ବାରିପଦାରେ ୨ ଓ ଅନୁଗୁଳରେ ସ୍ୱାଭାବିକଠାରୁ ୧.୮ଡିଗ୍ରୀ ଅଧିକ ରହିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ବି ସ୍ୱାଭାବିକଠାରୁ ଅଧିକ ରହିଛି । ଚାନ୍ଦବାଲିରେ ୨.୪, ବାରିପଦାରେ ୨ଡିଗ୍ରୀ ଅଧିକ ରହିଛି ।

ସେପଟେ ମୌସୁମୀ ବର୍ଷା ସତ୍ତେ୍ୱ ୪ ଜିଲ୍ଲାରେ ଏବେ ବି ବର୍ଷା ନିଅଣ୍ଟିଆ ରହିଛି । ଭଦ୍ରକରେ ୨୭%, ଦେବଗଡ଼ରେ ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ ୨୧% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏ ମୋଟ ୧୦୯୨ ମିମି ବର୍ଷା ହୋଇଛି ।ରାଜ୍ୟରେ ମାତ୍ର ୫% ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ତଥ୍ୟ ରଖିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *