ଖଣ୍ଡ ଖଣ୍ଡ ହୋଇ ଜଳିଲା ହେଲିକପ୍ଟର; ତିନି ଜଣଙ୍କ ମୃତ୍ୟୁ

ଖଣ୍ଡ ଖଣ୍ଡ ହୋଇ ଜଳିଲା ହେଲିକପ୍ଟର; ତିନି ଜଣଙ୍କ ମୃତ୍ୟୁ

Share with people

ମହାରାଷ୍ଟ୍ର ପୁଣେରେ ଏକ ଘରୋଇ ହେଲିକପ୍ଟର କ୍ରାଶ ହୋଇଛି I  ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଅଛନ୍ତି ।

ଭୟଙ୍କର ହେଲିକପ୍ଟରଦୁର୍ଘଟଣା:

ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାବଧନ ବୁଦ୍ରୁକ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।ଏନେଇ ଗ୍ରାମବାସୀ ହିଞ୍ଜେୱାଡି ପୋଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେଇଥିଲେ ।  କକ୍ଷକୁ ସୂଚନା ଦେଇଥିଲେ। ପୋଲିସ ଏବଂ ଡାକ୍ତରୀ ଦଳ ପଠାଯାଇଛି।

କୁହାଯାଉଛି ଯେ ଅକ୍ସଫୋର୍ଡ ଗଲ୍ଫ କ୍ଲବର ହେଲିପ୍ୟାଡରୁ ଉଡାଣ ଭରିଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୭.୦୦ ରୁ ୭.୧୦ ମଧ୍ୟରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳରେ ଘନ କୁହୁଡ଼ି ହେତୁ ଦୁର୍ଘଟଣାର ସମ୍ଭାବନା ଅଛି । ତେବେ ଦୁର୍ଘଟଣାର ସଠିକ୍ ବିବରଣୀ ପାଇବାକୁ ଅନୁସନ୍ଧାନ ଚାଲିଛି। ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଛି। ହିଞ୍ଜେୱାଡି ପୋଲିସ ଷ୍ଟେସନ ଏବଂ ବିମାନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *