ଭିନ୍ନ ଢଙ୍ଗର ନିଆରା ଆକର୍ଷଣୀୟ ତୋରଣ ସାଜ ସଜ୍ଜା କୁ ନେଇ ବେଶ ପ୍ରସିଦ୍ଧ ଖଡ଼ିଆଳ ସହରର ଦୁର୍ଗାପୂଜା । ଆକର୍ଷଣୀୟ ତୋରଣ ସାଙ୍ଗକୁ ମା ଜଗତ ଜନନୀ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ନୂଆପଡା ଖଡ଼ିଆଳରୁ ଦେଖିବା ଏହି ରିପୋର୍ଟ ।
ପାର୍ବଣ ମାହୋଲ ରେ ଉତ୍ସବ ମୁଖର ହେବ ଗାଁ ଠୁ ସହର I
ଆଉ କିଛି ଦିନ ପରେ ଧରା ବତରଣ କରିବେ ମା ଦୁର୍ଗା । ପ୍ରତିବର୍ଷ ଭଳି ଏ ବର୍ଷ ବି ଖଡ଼ିଆଳରେ ଜମିବ ଦୁର୍ଗାପୂଜା । ସରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ନେଇ ଚଳ ଚଞ୍ଚଳ ଐତିହାସିକ ଖଡ଼ିଆଳ ସହର । ନୂଆପଡା ଜିଲ୍ଲା ର ଐତିହାସିକ ଭାଇଚାରା ର ସହର ଖଡ଼ିଆଳରେ ଦୁର୍ଗାପୂଜା କୁ ନେଇ ପ୍ରସ୍ତୁତି ଜୋରଦାର କରୁଛି ବିଭିନ୍ନ ପୂଜା କମିଟି । ଖଡ଼ିଆଳ ପଟ୍ଟନାୟକ ପଡା ଦୁର୍ଗାପୂଜା କମିଟି 19.10.1956 ମସିହାରୁ ଆରମ୍ଭ କରି ଥିଲେ ଓ ନବରାତ୍ରି 28 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସଭାପତି ସବ୍ୟସାଚୀ ପାଢ଼ୀ ଓ ସମ୍ପାଦକ ସନ୍ତୁ ପଟ୍ଟନାୟକ ଙ୍କ ଆଯୁଜନ କ୍ରମେ ସବୁ ଦିନ ସନ୍ଧ୍ୟା 7 ଟା ସନ୍ଧ୍ୟା ଦୀପ ଆଳତି କରିବାର ସ୍ଟିର କରିଛନ୍ତି ଏହି ଅନୁଷ୍ଠାନ 4 ଦିନ ଧରି ଭଣ୍ଡାରା ର ବ୍ୟବସ୍ଥା ଅଛି ରାତ୍ରି ସମୟରେ ଗ୍ରୁପ ଦେନ୍ସ କମ୍ପିଟିସନ୍ ଓ ଭଜନ ସନ୍ଧ୍ୟା ର ଆୟୋଜନ କରାଜିବ ବୋଲି କମିଟି ସଦସ୍ୟ ମାନେ ମତ ପ୍ରକାଶ କରି ଥିଲେ ।ଆକର୍ଷଣୀୟ ତୋରଣ ସାଜ ସଜ୍ଜା ନେଇ ବେଶ ପ୍ରସିଦ୍ଧ ଥିବା ବେଳେ ଚଳିତ ବର୍ଷ ମଧ୍ଯ ନିଆରା ଭାବେ ଲୋକଙ୍କ ମନ କିଣିଲା ଭଲି ତୋରଣ ତିଆରିରେ ଅଣ୍ଟାଭିଡିଛି । ଦିନ ରାତି ଏକ କରି କାରିଗର ମାନେ ତୋରଣ ଏବଂ ମା ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ । ସାଂସ୍କୃତିକ କାର୍ଯ୍ୟକ୍ରମ ଭଲି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ପଟ୍ଟନାୟକ ପଡା

ଖଡ଼ିଆଳ ସହର ର ସମଲେଶ୍ବରୀ ମନ୍ଦିର ନିକଟରେ 1952 ମସିହାରୁ ପୂଜା କରି ଆସୁଥିବା ରାଜାପଡା ଦୁର୍ଗାପୂଜା କମିଟି ମଧ୍ଯ ପ୍ରସ୍ତୁତି କୁ ଜୋରଦାର କରିଛନ୍ତି । ଏଠାରେ ବାହାର ଜିଲ୍ଲା ର କାରିଗର ମା ଙ୍କ ମୂର୍ତ୍ତି ତିଆରି କରୁଥିବା ବେଳେ ଏଠାରେ ମା ଙ୍କୁ ରୁପା ଅଳଙ୍କାର ପରିଧାନ କରାଯାଏ । ସେହିପରି ସିନାପାଲି, ବୋଡେନ ସହର ସମେତ ତୁକୁଳା, ଟିମନପୁର, ଗଣ୍ଡାବାହାଳି ଭଲି ଅନେକ ଗାଁର ଦୁର୍ଗାପୂଜା ପ୍ରସ୍ତୁତି କୁ ଜୋରଦାର କରିଛି ପୂଜା କମିଟି । ନବରାତ୍ର ପୂଜା ପାଇଁ ବିଭିନ୍ନ ମନ୍ଦିର, ଶକ୍ତି ପୀଠ, ଦେବୀ ମନ୍ଦିର ରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ରହିଛି ।

ଦଶ ଦିନ ଧରି ଖଡ଼ିଆଳ ଅଞ୍ଚଳ ରେ ଦୁର୍ଗାପୂଜା କୁ ଉପ ଭୋଗ କରିବା ପାଇଁ ଅପେକ୍ଷା ରେ ଅଞ୍ଚଳ ବାସି ।