ସାଇବର ନିରାପତ୍ତା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିଆରା ପଦକ୍ଷେପ I
ନାଟକ ନାଟକରେ ସଚେତନତା ବାର୍ତ୍ତା :
ସାଇବର ନିରାପତ୍ତା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିଆରା ପଦକ୍ଷେପରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗତକାଲି ବାଲେଶ୍ୱର ସହରର ଓଟି ରୋଡ ସ୍ଥିତ ପୋଲିସ ଲାଇନ ଛକ ନିକଟରେ ବାଲେଶ୍ୱରର ଏକ ପ୍ରସିଦ୍ଧ ଥିଏଟର ଗ୍ରୁପି କଳାକାର ନାଟ୍ୟାନୁଷ୍ଟାନ ସହଯୋଗରେ “ଓଟିପି ପ୍ଲିଜ ” ନାମକ ଏକପଥପ୍ରାନ୍ତଃ ନାଟକ ଆୟୋଜନ କରିଥିଲା। ଏହି ନାଟକଟି ସାଇବର ଠକେଇର ବିପଦ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା I ବିଶେଷକରି OTP ଏବଂ ସମ୍ବେଦନଶୀଳ ସୂଚନା ବାଣ୍ଟିବା ସହିତ ଜଡିତ ଏହି କ୍ଷୁଦ୍ର ନାଟକକୁ କଳାକାର ସମ୍ପାଦକ ଶ୍ରୀତମ ସିଂହ ରଚନା କରିଥିଲେ I ଏବଂ ନାଟ୍ୟାନୁଷ୍ଠାନ କଳାକାରର ସଦସ୍ୟ କମଲ,ଅମର,କହ୍ନେଇ,ବର୍ଷା,କ୍ରିତିକା ଓ ମନୀଷା ଅତି ସୁନ୍ଦର ଭାବେ ନାଟକ ଟିକୁ ପରିବେଷଣ କରି ଲୋକଙ୍କୁ ସଚେତନ କରାଇଥିଲେ I

ତେବେ ସହର ଭିତରେ ସନ୍ଧ୍ୟା 6.30 ସମୟରେ ଆୟୋଜିତ ହୋଇଥିବା ଏହି ନାଟକଟିକୁ ଦେଖିବାରସତାରେ ଯାଉଥିବା ଲୋକମାନେ ଦେଖି ଆନନ୍ଦିତ ହେବ ସାଙ୍ଗକୁ ସଚେତନ ହୋଇଛନ୍ତି “OTP ପ୍ଲିଜ ” ବାସ୍ତବ ଜୀବନର ଦୃଶ୍ୟକୁ ଚିତ୍ରଣ କରିଛି ଯାହାକି ଅନଲାଇନ ଫ୍ରଡ ଏବଂ OTP ସ୍କାମ ମାଧ୍ୟମରେ ବ୍ୟକ୍ତିମାନେ କିପରି ସାଇବର ଅପରାଧର ଶିକାର ହୁଅନ୍ତି ତାହା ଦର୍ଶା ଯାଇଛି | ପରିଶେଷରେ ନାଟ୍ୟକାର ମାନେ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି I ସାଇବର ବିପଦରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ସୃଜନଶୀଳ ପ୍ରୟାସ I
