ରାଜ୍ୟରେ ୩୦ ଯାଏଁ ଶୁଖିଲା ରହିବ ପାଗ; କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ I

ରାଜ୍ୟରେ ୩୦ ଯାଏଁ ଶୁଖିଲା ରହିବ ପାଗ; କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ I

Share with people

ଆସନ୍ତା ତିନି ଦିନ ଯାଏ ରାଜ୍ଯରେ ବର୍ଷା ହେବ ନାହିଁ । ଅକ୍ଟୋବର ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ମାସ ଶେଷରେ ବର୍ଷାର ସମ୍ଭାବନା କମ୍

ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ପାଗ ଶୁଖିଲା ରହିପାରେ ବୋଲି ଜଣା ପଡିଛି । ମାତ୍ର କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ଯ ରହିଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ପୂର୍ବାନୁମାନ କରି କହିଛନ୍ତି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ରେ ପରିଣତ ହୋଇ ସାରିଛି ।
ଯାହା ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ରହିଛି। ଫଳରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଯଥେଷ୍ଟ କମ୍ । ମାତ୍ର ବର୍ଷା ହେଲେ ବି ବିଶେଷ ବର୍ଷା ହେବେ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ତିନି ଦିନ ଯାଏ ରାଜ୍ଯରେ ବର୍ଷା ହେବ ନାହିଁ । ଅକ୍ଟୋବର ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଇଏମଡି କହିଛି ।
ଶୁକ୍ରବାର ଭବାନୀପାଟଣାରେ ୩୪.୬ ମିମି, ପୁରୀରେ ୨୭.୬, ଯାଜପୁରରେ ୩୦, ନୂଆପଡ଼ାରେ ୧୮.୪ ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ପୁରୀରେ ୫୮.୪, ଭୁବନେଶ୍ୱରରେ ୪୯.୨, ବୌଦ୍ଧରେ ୪୬, ବାରିପଦା ଓ ଯାଜପୁରରେ ୩୦ ମିମି ବର୍ଷା ରେକର୍ଡ ହୋଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *