ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ; ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲିଗଲା ଚାରିଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ I

ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ; ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲିଗଲା ଚାରିଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ I

Share with people

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ 20 ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ, ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଗଲା 4 ଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ, 23 ରୁ ଊର୍ଦ୍ଧ୍ବ ତୀର୍ଥ ଯାତ୍ରୀ ଆହତ ହୋଇଥିବା ବେଳେ 17 ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ I

ଜଳେଶ୍ୱରରେ ଭୟଙ୍କର ଦୁର୍ଘଟଣା :

ବାଲେଶ୍ୱର: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଅଧା ରହିଗଲା ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ,ଭାରସାମ୍ୟ ହରାଇ ଜାତୀୟ ରାଜପଥ ରୁ 20 ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ, ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଗଲା 4 ଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ, 23 ରୁ ଊର୍ଦ୍ଧ୍ବ ତୀର୍ଥ ଯାତ୍ରୀ ଆହତ ହୋଇଥିବା ବେଳେ 17 ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି I ମିଳିଥିବା ସୂଚନା ଅନୁଯାୟୀ ,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I

ତେବେ ଯାହା ଜଣାପଡିଛି ଉତ୍ତର ପ୍ରଦେଶ ର 57 ଜଣ ତୀର୍ଥ ଯାତ୍ରୀ କ୍ରିଷ୍ମା ନାମକ ଏକ ତୀର୍ଥ ଯାତ୍ରୀ ବସ ଯୋଗେ ଗତ 18 ତାରିଖ ରୁ ତୀର୍ଥ ଯାତ୍ରା ପାଇଁ ବାହାରି ଥିଲେ I ଗତକାଲି ରାତି ରେ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ 60 ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବସଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ 20 ଫୁଟ ତଳକୁ ଓଲଟି ପଡିଥିଲା I ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି I

ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ ହେଲପର ସେଠାରୁ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି I ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ସମେତ 4 ଜଣ ତୀର୍ଥ ଯାତ୍ରୀ ଙ୍କ ମୃତ୍ୟୁ ହୋଇଛି, ଆହତ ହୋଇଥିବା ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲ ରେ ଭର୍ତ୍ତି କରା ଯାଇ ଥିବା ବେଳେ 17 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *