ଫ୍ରି ପାର୍କିଂ ଦାବିକରି ଅଟୋ ଚାଳକ ସଂଘ ପକ୍ଷରୁ ଧାରଣା

ଫ୍ରି ପାର୍କିଂ ଦାବିକରି ଅଟୋ ଚାଳକ ସଂଘ ପକ୍ଷରୁ ଧାରଣା

Share with people

ଜଳେଶ୍ବର ଅଟୋ ଏବଂ ଟୋଟୋ ସଂଘ ପକ୍ଷରୁ ରେଳ ଷ୍ଟେସନ ପରିସରରେ ଫ୍ରି ପାକିଂ ଦାବିରେ ଚାଳକ ମାନେ ଅନିର୍ଦ୍ଦିଷ୍ଟ କାଳପାଇଁ ଅନଶନ କରିଛନ୍ତି

କାହିଁକି ଷ୍ଟେସନ ଭିତରେ ଧାରଣା ଦେଲା ସଂଘ ?

ବାଲେଶ୍ୱର: ଜଳେଶ୍ବର ଅଟୋ ଏବଂ ଟୋଟୋ ସଂଘ ପକ୍ଷରୁ ରେଳ ଷ୍ଟେସନ ପରିସରରେ ଫ୍ରି ପାକିଂ ଦାବିରେ ଚାଳକ ମାନେ ଅନିର୍ଦ୍ଦିଷ୍ଟ କାଳପାଇଁ ଅନଶନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ରେଳ ଷ୍ଟେସନ ଭିତରେ ଗାନ୍ଧୀ ଜି ଙ୍କ ପ୍ରତିମୂର୍ତ୍ତି ରଖ୍ ଶହଶହ ଚାଳକ ଅନଶନ ରେ ବସିଛନ୍ତି।ରେଳ ବିଭାଗ ନିର୍ଦ୍ଦେଶରେ ସମସ୍ତ ରେଳ ଷ୍ଟେସନ ରେ ପାକିଂ ପାଇଁ ଲିଜ୍‌ ଦେଉଥିବା ବେଳେ ଜଳେଶ୍ବର ଷ୍ଟେସନ ରେ ଏହି ବ୍ୟବସ୍ଥା ଲାଗୁ କରିବା ଫଳରେ ଗାଡ଼ି ପାକିଂ ପାଇଁ ଚାଳକ ମାନେ ହନୁସନ୍ଧ ହେଉଛନ୍ତି। ଏହି ସବୁ ଖାଲି ସ୍ଥାନରେ ସାଧାରଣ ଜନତା ଓ ଚାଳକ ମାନେ ଦୀର୍ଘ ଦିନ ଧରି ଗାଡ଼ି ରଖ୍ ଆସୁଥିଲେ। କିନ୍ତୁ କେନ୍ଦ୍ର ସରକାର ଙ୍କ ଚାଳକ ମାରଣ ନୀତି ଓ ଟିକସ ଲଗାଇବା ମନବୃତି ଯୋଗୁଁ ଚାଳକ ମାନେ କ୍ଷତି ସହିବା ସହିତ ଅସୁବିଧା ରେ ପଡ଼ୁଛନ୍ତି। ସୀମାନ୍ତି ଜଳେଶ୍ବର ଷ୍ଟେସନ ଏକ ଚଳ ଚଞ୍ଚଳ ପ୍ରମୁଖ ରେଳ ଷ୍ଟେସନ ହୋଇଥିବାରୁ ପ୍ରବଳ ଜନ ସମାଗମ ଓ ଯାତାୟାତ ପାଇଁ ଅଟୋ ଟୋଟୋ ଆବଶ୍ୟକ ହୋଇଥାଏ। ନିକଟରେ ପାକିଂ ପାଇଁ କୌଣସି ପ୍ରକୁଷ୍ଠ ସ୍ଥାନ ନଥିବା ବେଳେ ଚାଳକ ମାନେ ଗାଡ଼ି ପାକିଂ କୁ ନେଇ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହୋଇଛି।ଚାଳକ ଙ୍କ କହିବା ଅନୁସାରେ, ଦିନ ରାତି ଖରା ବର୍ଷା ଶୀତ କାକରରେ ସ୍ବଳ୍ପ ରୋଜଗାର ରେ ପ୍ରତିଦିନ ପାକିଂ ଲାଗି ଟଙ୍କା ଦେବା ଅସମ୍ଭବ। ତେଣୁ ଜବାବରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେମାନେ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।। ତେଣୁ ସମସ୍ତ ଦିଗରୁ ନିରାଶା ହୋଇ ରେଳ ଷ୍ଟେସନ ରେ ଅନିର୍ଦ୍ଦିଷ୍ଟ କାଳ ଅନଶନ ପାଇଁ ବାଧ ହୋଇଛନ୍ତି। ମହାଦେବ ମନ୍ଦିର ସମ୍ମୁଖରେ ଥିବା ରେଳ କର୍ତ୍ତୃପକ୍ଷ ବର୍ତ୍ତମାନ ପାକିଂ ପାଇଁ ଲିଜ୍‌ ଦେଇଛନ୍ତି। ଅଟୋ ଏବଂ ତଟୋ ପାର୍କି ପାଇଁ ଏକ ମାଗଣା ସ୍ଥାନ ବଣ୍ଟନ ପାଇଁ ଷ୍ଟେସନ ମ୍ୟାନେଜର ଏବଂ ଭେଣ୍ଡରଙ୍କ ସହ ଆଲୋଚନା ହୋଇ ସ୍ଥାନ ପ୍ରଦାନ କରାଯାଇଥିଲା । ଏଯାବତ ଉକ୍ତ ସ୍ଥାନଟି ସଂଘ ପକ୍ଷରୁ ବିନା ଅବରୋଧ କିମ୍ବା ବିଶୃଙ୍ଖଳାରେ ବ୍ୟବହୃତ ହୋଇ ଆସୁଥିଲା ।କିନ୍ତୁ ନିକଟରେ ରେଳ କର୍ତ୍ତୃପକ୍ଷ ଲିଜ୍ ନିଲାମ ପାଇଁ ତା-୩/୯/୨୦୨୪ ରିଖରେ ନୋଟିସ୍ ଜାରି କରିଛନ୍ତି। ଜଳେଶ୍ବର ଏକ ଛୋଟ ସହର ହୋଇ ଥିବାରୁ ପାକିଂ ପାଇଁ ଟାଉନ୍ ଭିତରେ କୌଣସି ସ୍ଥାନ ନାହିଁ ।ତେଣୁ ଅଟୋ ଓ ଟଟୋ ରେ ସମ୍ପୃକ୍ତ ବ୍ୟକ୍ତି ରେଳ ଯାତ୍ରୀ ପରିବହନ ରେ ଆୟ ଭଡ଼ା ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ସେଥିରେ ପରିବାର ପ୍ରତିପୋଷଣ ଓ ୫୦ ଟଙ୍କା ପାକିଂ ଫି ଦେବାକୁ ଅକ୍ଷମ ବୋଲି ଉତ୍ତର ପୂର୍ବ ରେଳ ପ୍ରବନ୍ଧକ ଖଡ଼ଗପୁର ଡିଭିଜନ କୁ ଲିଖୁତ ଦାବୀ ପ୍ରଦାନ କରାଯାଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *