ସଂପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

ସଂପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

Share with people

ଆଜିର ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କର କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସେ ଉପରେ ସରପଞ୍ଚ ମହୋଦୟା ଆଲୋଚନା କରିଥିଲେ । ସଂପଡା କ୍ଲଷ୍ଟର ରେ ଥିବା କାଣିଗିରି , କୃଷ୍ଣଚନ୍ଦପୁର , ମାଇଛେଳି , ପାରାଢିପି , ଗୋହିରି ବାଦୁ ଆଦି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। |

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ କଥା କହିଲେ ଅତିଥି

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ସି ଆର୍ ସି ସି କ୍ୟୈଳାସ ଚନ୍ଦ୍ର ନାୟକ , ଚିନ୍ତାମଣି ବିଦ୍ୟାପିଠର ଶିକ୍ଷକ ହରିହର ତ୍ରିପାଠୀ ,ହ୍ରୁଶିକେଶ ପ୍ରଧାନଙ୍କ ସହିତ ପ୍ରମୋଦ କୁମାର ଖଣ୍ଡୁଆଳ ,ଶୁଧିର ପ୍ରଧାନ ,ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁଲୋଚନ କହଁର , ଶିକ୍ଷୟତ୍ରୀ ଶଞ୍ଜୁକ୍ତା ପରିଡା ,ପ୍ରଭାତି ପରିଡା ପ୍ରମୁଖ ଯୋଗ ଦେଇ ଥିଲେ | ମଞ୍ଚ ପରିଚାଳନା କରିଥିଲେ ଚିନ୍ତାମଣି ବିଦ୍ୟାପିଠର ବିଜ୍ଞାନ ଶିକ୍ଷକ ବିନାୟକ ପରିଡା । ଆଜିର ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କର କିପରି ଅନ୍ତର୍ନିହିତ ଗୁଣାବଳିର ବିକାଶ ହୋଇଥାଏ ସେ ଉପରେ ସରପଞ୍ଚ ମହୋଦୟା ଆଲୋଚନା କରିଥିଲେ । ସଂପଡା କ୍ଲଷ୍ଟର ରେ ଥିବା କାଣିଗିରି , କୃଷ୍ଣଚନ୍ଦପୁର , ମାଇଛେଳି , ପାରାଢିପି , ଗୋହିରି ବାଦୁ ଆଦି ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଏହି ସୁରଭି କାର୍ଯ୍ୟକ୍ରମରେ କୁଇଜ୍, ଇଲୋକୁସନ୍,ଚିତ୍ରାଙ୍କନ , ସଙ୍ଗିତ ,ନୁତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ।ଏହିପରି ଭାବେ ସୁରଭି କାର୍ଯ୍ୟକ୍ରମ ସଂପଡା କ୍ଲଷ୍ଟର ରେ ଅନୁଷ୍ଠିତ ହୋଇଯାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *