MAYURBHANJ – ବାଲି ମାଫିଆ ମାନେ ତହସିଲଦାରଙ୍କୁ ମାଡ ମାରିବା ଓ ପୋଲିସକୁ ଆକ୍ରମଣ କରିବା ଘଟଣାକୁ ଗୁରୁତର ଭାବେ ନେଇଛି ପ୍ରଶାସନ l ପୋଡ଼ଶୀ ବାଲେଶ୍ୱର ଜିଲ୍ଲା ମାଙ୍କଡ଼ିଆ ବାଲି ଖାଦାନ ରୁ ବାଲି ବୋଝେଇ କରି ଉଦୟପୁର ଯିବାର ଥିଲା l ବାଲି ବୋଝେଇ ଚାଲାଣ ହେଉଥିବାର ଖବର ପାଇ ବେତନଟୀ ଏସ୍ଡ଼ିପିଓ ଓ ରାସଗୋବିନ୍ଦପୁର ଆଇଆଇସି ଙ୍କ ନିର୍ଦେଶକ୍ରମେ ଗାଁ ଅମର୍ଦା ଫାଣ୍ଡି ଅଧିକାରୀ ନିଶିକାନ୍ତ ସାମଲ ତମ୍ବାଖୋରୀ ନିକଟରୁ ୫ଟି ଡମ୍ଫର ଅଟକ କାଇ ଯାଞ୍ଚ କରିଥିଲେ l ପରମିଟ କାଗଜ ପତ୍ର ଥିଲେ ହେଁ ଅଭର ଲୋଡ଼ିଂ ହୋଇଥିଲା l ତେଣୁ ୫ଟି ଡମ୍ଫର କୁ ୧ଲକ୍ଷ ୭୨ ହଜାର ୬ଶହ ଟଙ୍କା ର ଫାଇନ ଆଦାୟ କରାଯାଇଛି l ସେହିପରି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଆଉ ଦୁଇଟି ସ୍ଥାନରେ ମାଇନିଙ୍ଗ ବିଭାଗ, ପୋଲିସ , ରେଭେନିଉ ଇନଭୋରସମେଣ୍ଟ ଟିମ ସହିତ ରାଜସ୍ବ ବିଭାଗ ର ଚଢାଉ କରାଯାଇଛି ।

