ସୁନା ଗହଣା ଚୋରିରେ ସମ୍ପୃକ୍ତ ଦୁଇଜଣ ଚୋର ଓ ଗହଣା ଦୋକାନୀ ଗିରଫ || SAMBALPUR NEWS

ସୁନା ଗହଣା ଚୋରିରେ ସମ୍ପୃକ୍ତ ଦୁଇଜଣ ଚୋର ଓ ଗହଣା ଦୋକାନୀ ଗିରଫ || SAMBALPUR NEWS

Share with people

ସମ୍ବଲପୁର ଜିଲ୍ଲା ଜୁଜୁମୁରା ଓ ଚାରମାଳ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗତ କିଛି ମାସ ହେଲା ଚୋରି ହୋଇଥିଲା ।‌‌ ଦୁଇଜଣ ଚୋର ବାଇକ୍ ଯୋଗେ ଗାଁ ଗାଁ ବୁଲି ନିଛାଟିଆ ଘର ଦେଖି ଚୋରି କରୁଥିଲେ । ‌ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତାଙ୍କର ଟେର ପାଉନଥିଲା । ଗତ ୧୯ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମର ଜଣେ ମହିଳାଙ୍କ ଘରୁ ସୁନା ହାର ଓ କାନ ଫୁଲ ଚୋରି ହୋଇଥିଲା, ଏନେଇ ଚାରମାଳ ଥାନାରେ ଅଭିଯୋଗ ପରେ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ନିର୍ଦ୍ଦେଶରେ ଜୁଜୁମୁରା ଓ ଚାରମାଳ ପୋଲିସର ଏକ ସ୍ଵତନ୍ତ୍ର ଟିମ ଗଠନ କରିବା ସହ ତଦନ୍ତ କରି ବିଭିନ୍ନ ସ୍ଥାନରେ ଛାନଭିନ କରି ଚୋର ଦୁହିଁଙ୍କୁ ଗିରଫ କରିଥିଲେ । ଗିରଫ ମାନେ ହେଲେ ଧନୁପାଲି ଥାନା ଅନ୍ତର୍ଗତ ଭତରା ଗ୍ରାମର ବିମଲ ରାଜହଂସ , ଅତୁଲ୍ୟ କର ଏହି ଦୁଇଜଣ ଚୋରି କରି ଚୋରି ସାମଗ୍ରୀ ସବୁ ଧନୁପାଲିର ବ୍ରାହ୍ମଣ ପଡ଼ାରେ ଦୁଇଟି ସୁନା ଦୋକାନରେ ବିକ୍ରି କରିଥିଲେ, ଦୁଇ ସୁନା ଦୋକାନୀ ହେଲେ ସୁରଜ୍ ସାହୁ ଓ ପରେଶ ସାଥୁଆ । ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରି ଚୋରି ସୁନା ଗହଣା ସବୁ ଜବତ କରି ଶନିବାର ଅପରାହ୍ନରେ ୫ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ଏସଡିପିଓ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *