ଟାଙ୍ଗୀ ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ନିକଟରେ ରାସ୍ତା ପାର୍ଶ୍ବରେ ଖରାପ ହୋଇ ଛିଡା ହୋଇଥିବା ଏକ କଣ୍ଟେନରକୁ ପଛରୁ ଦୃତଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ପିଟି ହେବା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର,ହେଲପର ସମେତ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛିା ଘଟଣାରୁ ପ୍ରକାଶ ଯେ ୧୬ ନମ୍ବର ଜାତୀୟ ରାଜପଥ କୁହୁଡି ଛକ ନିକଟରେ ଖରାପ ହୋଇ ଏକ କଣ୍ଟେନର କେ ଏ ୬୩ ୫୭୬୫ ରାସ୍ତା ରେ ଛିଡା ହୋଇଥିଲା। ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ ବାଲୁଗାଁ ରୁ ଟାଙ୍ଗୀ ଅଭିମୂଖେ ଆସୁଥିବା ଏକ ଖାଲି ଆମ୍ବୁଲାନସ ଦୃତଗତିରେ ଆସି ଛିଡା ହୋଇଥିବା କଣ୍ଟେନର ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଆମ୍ବୁଲାନ୍ସଟିର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଜଣେ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ଆଇଆଇସି ରବିନ୍ଦ୍ର ଭୂଜବଳ ପୁଲିସ ଗାଡିରେ ଗୁରୁତର ତିନି ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ତେବେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ବର ଏମସ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି |

Posted inଓଡ଼ିଶା
