ମାଆ ଆଣିଥିଲେ ସ୍ବୟଂ ସହାୟକ ଗୋଷ୍ଠୀରୁ ଋଣ । ମୃତ୍ୟୁ ପରେ ଝିଅ ପରିଶୋଧ କରୁଥିଲେ ଗ୍ରୁପ କିସ୍ତି ପ୍ରତିଶୋଧ । କିନ୍ତୁ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପରେ ଇନ୍ସ୍ୟୁରାନ୍ସ ପାଇବା ପାଇଁ ଆବେଦନ କରିଥିଲେ, କିନ୍ତୁ ବକେୟା କିସ୍ତି ନ ଦେବାରୁ ମୃତକଙ୍କ ଝିଅକୁ ଗାଁ ଦାଣ୍ଡରେ ମାଡ ମାରିଲେ ଗ୍ରୁପର ଅନ୍ୟ ସଦସ୍ୟା । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗଣିଜାଙ୍ଗ ପଞ୍ଚାୟତ ଅରଞ୍ଜି ଗାଁର ମୋନାଲିସା ମହାପାତ୍ର । ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ ଅନୁଯାୟୀ ସେହି ଗାଁର ମନୋରମା ମହାପାତ୍ର ଗାଁର ଏକ ସ୍ବୟଂ ସହାୟକ ଗୋଷ୍ଠୀରେ ଥିଲେ । ସେ 70 ହଜାର ଟଙ୍କା ଋଣ ଆଣିଥିଲେ । କିନ୍ତୁ ପକ୍ଷାଘାତରେ ଜୁଲାଇ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ପର ଠାରୁ କିସ୍ତି ବାବଦକୁ ତାଙ୍କ ଝିଅ ମାସକୁ 2830 ଟଙ୍କା ଗ୍ରୁପକୁ ଦେଉଥିଲେ । କିନ୍ତୁ ନିୟମ ଅନୁଯାୟୀ ସଦସ୍ୟଙ୍କ ମୃତ୍ୟୁ ପରେ ଇନ୍ସ୍ୟୁରାନ୍ସ ଥିଲେ ଆଉ କିସ୍ତି ଜମା କରିବା କଥା ନୁହେଁ । ଝିଅ ମାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଗ୍ରୁପ ଲୋନ ଦେଇଥିବା ସଂସ୍ଥାରେ ଜମା କରିବା ପରେ ମଧ୍ୟ ଗ୍ରୁପର ସଦସ୍ୟ ମାନେ ବାରମ୍ବାର କିସ୍ତି ମାଗିଥିଲେ । ଝିଅ ମନା କରିବା ଯୋଗୁଁ ଘର ସମ୍ମୁଖରେ ଗ୍ରୁପ ସଦସ୍ୟ ଓ ସେମାନଙ୍କ ପରିବାର ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଝିଅ ମୋନାଲିସା ଗୁରୁତର ଅବସ୍ଥା ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ||

Posted inଓଡ଼ିଶା
