ବାଲିଗୁଡା ଥାନା ଏସଏଚ 41 ମୁଖ୍ୟ ରାସ୍ତାର ଡାବୁଡ଼ାକା ଘାଟିରେ ଦୁର୍ଘଟଣା l ଟ୍ରାକ୍ଟର ସହ ସ୍କୁଟି ମୁହାଁମୁହିଁ ଧକ୍କାରେ ଘଟଣା ସ୍ଥଳରେ ଜଣେ ଯୁବକ ମୃତ ଓ ଅନ୍ୟ ଜଣେ ଗୁରୁତର l ମୃତକ ଜଣଙ୍କ ହେଉଛନ୍ତି ବାଲିଗୁଡା ଥାନା ସୁଡ୍ରା ପଂଚାୟତ ଉସରୁକୂପା ଗାଁର ଉଦେନ୍ଦ୍ର ମଲିକ l ଗୁରୁତର ଅନ୍ୟ ଜଣେ ଯୁବକଙ୍କୁ ବାଲିଗୁଡା ମେଡିକାଲରେ ଭର୍ତି କରାଯାଇଛି l ମିଳିଥିବା ସୂଚନା ଅନୁଯାୟୀ ,ବାରଖମାରୁ ସ୍କୁଟିରେ ଦୁଇ ଯୁବକ ନିଜ ଉସରୁକୂପା ଗାଁକୁ ଯାଉଥିବା ସମୟରେ ଡାବୁଡ଼ାକା ଘାଟି ଗଡ଼ାଣି ରାସ୍ତାରେ ଟ୍ରାକ୍ଟର ଧକ୍କା ଦେଇଥିଲା l ଯାହା ଫଳରେ ଘଟଣା ସ୍ଥଳରେହିଁ ସ୍କୁଟିରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା l ଦୁର୍ଘଟଣା ପରେ ଟ୍ରାକ୍ଟର ଛାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି l ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି ପୋଲିସ l

