ସହରର ମାଲିପଡାରୁ ବାଇକ ଚୋରି ଘଟଣା ନିଜ ବାଇକକୁ ନିଜେ ଖୋଜି ପୋଲିସକୁ ହସ୍ତାନ୍ତର କଲେ ବାଇକ ମାଲିକ।

ସହରର ମାଲିପଡାରୁ ବାଇକ ଚୋରି ଘଟଣା ନିଜ ବାଇକକୁ ନିଜେ ଖୋଜି ପୋଲିସକୁ ହସ୍ତାନ୍ତର କଲେ ବାଇକ ମାଲିକ।

Share with people

SUBARNAPUR – ପ୍ରତ୍ୟେକ ଦିନ ସହରରେ ଛୋଟ ବଡ଼ ଚୋରି ରାହାଯାନି ହେଉଥିବା ବେଳେ ଲୋକଙ୍କ ଭରସା ହରାଇ ବସିଛି ପୋଲିସ। କୋଣସି ଅଭିଯୋଗ ନେଇ ଥାନାକୁ ଗଲେ ଉତ୍ତର ମିଳେ ଆମେ ଅନ୍ୟ କାମରେ ବ୍ୟସ୍ତ ଅଛୁ ଖବର ପାଇଲେ ଆପଣଙ୍କୁ ଡାକିବୁ, ଏବଂ ଆପଣଙ୍କ ଗାଡ଼ି ଆପଣଙ୍କୁ ଫେରାଇ ଦେବୁ।
ସୂଚନା ଅନୁସାରେ ଗତ 16 ତାରିଖ ଭୋର ସମୟରେ ମାଲିପଡା ଅଞ୍ଚଳର ସୌରୁପ ଦର୍ଜି ଙ୍କ ଏକ ପଲସର ବାଇକ ଚୋରି ହୋଇଥିଲା ଯାହାର ନମ୍ବର OD.31.H.4616 ଥିଲା।ଏନେଇ ଶ୍ରୀଯୁକ୍ତ ଦର୍ଜି ଟାଉନଥାନାରେ ଲିଖିତ ଅଭିଯୋଗ କଲାପରେ ଏକ ମାମଲା ରୁଜ୍ଜୁ କରି ଚୁପ୍ ରହିଥିଲା ପୋଲିସ।କିନ୍ତୁ ଗାଡ଼ି ମାଲିକ ଚୁପ୍ ନରହରି ସହରରେ ଲାଗିଥିଲା ବିଭିନ୍ନ ସିସିଟିଭି କୁ ଯାଞ୍ଚ କରି ତାଙ୍କ ଗାଡିକୁ ଖୋଜି ଖୋଜି ଦିନ ପ୍ରାୟ ୨ଟା ବେଳେ ସହରର ପୁରୁଣା ରାଜଭାଟି ପାଖରେ ଲଟା ବୁଦାରେ ଗାଡିକୁ ଲୁଚାଇ ଦେଇଥିଲେ ଦୁର୍ବୁତ।ତେବେ ଗାଡ଼ି ମାଲିକ ଏବଂ ତାଙ୍କ ସହଯୋଗୀ ମାନେ ସେଠାରୁ ଗାଡିକୁ ଉଦ୍ଧାର କରି ଟାଉନଥାନା ପୋଲିସକୁ ହସ୍ତାନ୍ତର କରିଥିଲେ।ତେବେ ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ
ଗାଡିର କାଗଜ ପତ୍ର ନେଇ ଗାଡ଼ି ନେବା ପାଇଁ ଥାନାକୁ ଆସିଛନ୍ତି ଗାଡ଼ି ମାଲିକ।ଏବଂ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।ପୋଲିସ ଉପରେ ଭରସା ନକରି ନିଜ ଜିନିଷ ନିଜ ଦାଇତ୍ବରେ ରଖନ୍ତୁ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *