
ଆଖି ସାମ୍ନା ରେ ହୁତୁହୋଇ ଜଳିଗଲା ୧୦ ବଖରା ବାସ ଗୃହ, ବାସହରା ହେଲେ ତିନି ପରିବାର l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ଘୋଡାନ୍ସ ପଞ୍ଚାୟତର ହରିଶପୁର ଗ୍ରାମରେ, ଏହି ଗ୍ରାମର ଶିବ ପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା, ତେବେ ନିଆଁ ଜଳୁ ଥିବାର ଦେଖି ପରିବାର ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୯୦ ପ୍ରତିସତ ପୋଡି ପାଉଁଶ ହୋଇଯାଇଛି l ଖବର ପାଇଁ ଆରାଇ ଏବଂ ନାଉଗାଁ ବିଡ଼ିଓ ନିରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିଲେ ,ତିନି ପରିବାର ଚାଷ ଉପରେ ନିର୍ଭର ଶୀଳ ସେମାନକର ସମସ୍ତ ସାମଗ୍ରୀ,ଆସବାପତ୍ର, ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମ ବାସି ଦାବୀ କରିଛନ୍ତି |
