
ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସହରଠାରୁ ୪ କିଲୋମିଟର ନନ୍ଦଗିରି ଓ ମାଲାଂସୁଗା ଛକଠାରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତୀ ଉକ୍ତ ଅଞ୍ଚଳରେ ଥିବା ଧାନ ବିଲରେ ପଶି ଧାନ ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗ୍ରାମବାସୀ ହାତୀ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ। ତେବେ ମୁଖ୍ୟ ରାସ୍ତାଠାରୁ ଅତି ନିକଟରେ ହାତୀ ଉପଦ୍ରବ କରୁଥିବା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇ ଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ କିଛି ଗ୍ରାମବାସୀ ନିଆଁ ଜାଳି ହାତୀ ଜଗୁଥିବା ଦେଖିବାକୁ ମିଳିଛି। ଜନବସତି ଅଞ୍ଚଳରେ ପୁଣି ହାତୀ ଉପସ୍ଥିତି ନେଇ ବନବିଭାଗ ସଜାଗ ଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ବନ ଅଧିକାରୀ ।
