ଚୋରଙ୍କୁ ଧରି ବାନ୍ଧିଲେ ପିଟି ପିଟି ଶୁଆଇଦେଲେ || MAYURBHANJ NEWS

ଚୋରଙ୍କୁ ଧରି ବାନ୍ଧିଲେ ପିଟି ପିଟି ଶୁଆଇଦେଲେ || MAYURBHANJ NEWS

Share with people

ଚୋରୀ ଉଦ୍ୟମ ବିଫଳ। ଗାଁ ମଧ୍ୟରେ ଲୋକଙ୍କ ଦ୍ଵାରା କାବୁ ହେଲା ଚୋର। ଗୋଡ଼ ହାତ ବାନ୍ଧି ଦେଲେ ଉତ୍ତମ ମଧ୍ୟମ। ବିଳମ୍ୱିତ ରାତିରେ ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗାଁରେ ଚୋରୀ ଡକାୟତି କରିବାକୁ ଚେଷ୍ଟା କରୁଥିବା ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ଚାରିଜଣ ଚୋର । ସେଠାରେ ଗାଁ ଲୋକଙ୍କ ଦ୍ଵାରା ଉତ୍ତମ ମଧ୍ୟମର ଶିକାର ପରେ ବାଙ୍ଗିରିପୋଷି ଥାନା ପୋଲିସକୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଗାଁ ଲୋକମାନେ ଚୋରଙ୍କୁ ଜିମା ଦେଲେ। ଚାରି ଜଣ ଚୋରଙ୍କୁ ଗିରଫ କରି ବନ୍ଧୁକ, ଦୁଇ ଅଫୁଟା ଗୁଳି, ଗ୍ୟାସ ଟାଙ୍କି, ସୁନା ଅଳଙ୍କାର ଜବତ କରିଛି ପୋଲିସ । ତେବେ ଦୀର୍ଘଦିନ ହେଲା ବାଙ୍ଗିରିପୋଷି ଥାନା ଅଧୀନରେ ଚୋରି ଡକାୟତି ମାମଲା ବଢ଼ିଥିବାର ନଜିର ରହିଛି। ପୋଲିସ ପେଟ୍ରୋଲିଂ କମି ଥିବାର ଅଭିଯୋଗ କରିଥିଲେ ଗ୍ରାମବାସୀ। ତେବେ ଆଜି ଚୋରୀ କରୁଥିବା ସମୟରେ ରଙ୍ଗେ ହାତ କାବୁ କରିଛନ୍ତି ଗ୍ରାମବାସୀ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *