
16 ନମ୍ବର ଜାତୀୟ ପଥରେ ଟ୍ରକ ପଛକୁ ପିଟିଲା ଏକ ଯାତ୍ରୀବାହି ଅଟୋ ! ଘଟଣା ସ୍ଥଳେ ମହିଳା ଜଣକର ମୃତ୍ୟୁ ଘଟିଥିବା ବେଳେ ତିନି ଗୁରୁତର ! ଗୁରୁତର ମଧ୍ୟରେ ଏକ ନାବାଳକ ଥିବା ଜଣାପଡିଛି ! ଖବର ଅନୁଯାୟୀ ଖଲ୍ଲିକୋଟ ଠାରୁ ଏକ ଯାତ୍ରୀବାହୀ ଅଟୋ ଯୋଗେ କୈଳାଶ ବେହେରା ତାଙ୍କ ପତ୍ନୀ ରଞ୍ଜୁ ବେହେରାର ଚିକିତ୍ସା ନିମନ୍ତେ ଛତ୍ରପୁର ଯାଉଥିବା ବେଳେ ଅଟୋ ଚାଳକ ଭାରସ୍ୟାମ ହରାଇ ପାଲୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛକୁ ଧକା ଦେଇ ଦୁର୍ଘଟଣା ଘଟାଇଥିବା ଜଣାପଡିଛି ! ଘଟଣା ସ୍ଥଳେ ରଞ୍ଜୁ ବେହେରାର ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକ ବାଲ୍ମୀକି ପାହାନ, କୈଳାଶ ବେହେରା ଓ଼ ତାଙ୍କ 13 ବର୍ଷର ନାବାଳକ ପୁଅ ଶଙ୍କର ଗୁରୁତର ଅବସ୍ଥା ରେ ଛତ୍ରପୁର ମେଡିକାଲ ରେ ଭର୍ତି ହୋଇଛନ୍ତି ! ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି !
