
ଚମ୍ପୁଆ ଥାନା ଇଚିଣ୍ଡା ଅରଡେଇ ନଦୀ କୂଳରେ ଗତକାଲି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ମୃତକ ଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ଚମ୍ପୁଆ ପୁଲିସ୍ ଏହି ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି । ତେବେ ଳଦକୁ ପୋତିବା ପାଇଁ କାଳିକାପ୍ରସାଦ ଗ୍ରାମ କାଳନ୍ଦୀ ସାହିର କିରାଣୀ ବେହେରା ନିଜ ପୁତୁରା ଓ ରିମୁଳି ଗ୍ରାମ ର ଦୁଇ ଜଣ ବ୍ୟକ୍ତିଙ୍କ ସହ ଇଚିଣ୍ଡା ଗ୍ରାମ ଅରଡେଇ ନଦୀ କୂଳକୁ ଯାଇଥିଲେ । ତେବେ ସେଠାରେ ମୃତ ବଳଦକୁ ପୋତିବା ବଦଳରେ କାଟୁଥିବା ଦେଖି ରିମୁଳି ଗ୍ରାମର କିଛି ଯୁବକ ଆସି ସେମାନଙ୍କୁ ମାରପିଟ କରିଥିଲେ । ଗତକାଲି କିରାଣୀଙ୍କ ମୃତଦେହ ଅଉଡେଇ ନଦୀକୂଳରେ ପଡିଥିବା ଦେଖି ଗ୍ରାମବାସୀ ତାଙ୍କ ପୁଅ ଅନିରୁଦ୍ଧ କୁ ଖବର ଦେଇଥିଲେ । ଖବର ପାଇ ଅନିରୁଦ୍ଧ ଘଟଣାସ୍ଥଳକୁ ଆସି ପିତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ଚମ୍ପୁଆ ଏସଡିପିଓ ,ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତା ନେଇ ଘଟଣା ସ୍ଥଳରୁ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାର ଚମ୍ପୁଆ ପୋଲିସ ଛଅ ଜଣଙ୍କୁ ଗିରଫ କରିଛି |

