ରାସ୍ତା ଉପରେ ଶବ ରଖି କ୍ଷତି ପୂରଣ ମାଗିଲେ ପରିବାର ଲୋକେ || KALAHANDI NEWS

ରାସ୍ତା ଉପରେ ଶବ ରଖି କ୍ଷତି ପୂରଣ ମାଗିଲେ ପରିବାର ଲୋକେ || KALAHANDI NEWS

Share with people

ଏକ ଆଇଚର ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବି ନେଇ ବିଜୁ ଏକ୍ସପ୍ରେସ ୱେରେ ଶବ ରଖି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ ପରିବାର ଓ ସମ୍ପର୍କୀୟ ଲୋକେ | ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ବେହେରା ନିକଟରେ । ସୂଚନା ମତେ ଗତକାଲି କୋକସରା ଥାନା ଅଧୀନ ଖୁଣ୍ଟିଆ ଗ୍ରାମର 65 ବର୍ଷୀୟ ବୃଦ୍ଧ ତରୁଣୀ ଦୁର୍ଗା ଏକ ସାଇକଲ ଯୋଗେ ବେହେରା ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ଗାଡ଼ି ଧକ୍କା ଦେବା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଯାହା ଫଳରେ ଗତ କାଲିଠାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସକାଳୁ ସକାଳୁ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଧର୍ମଗଡ – ଆମପାଣି ବିଜୁ ଏକ୍ସପ୍ରେସ ରାସ୍ତାରେ ଶବ ରଖି ଅବରୋଧ କରିଥିଲେ ।ଯାହା ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଥିଲା । ଘଟଣା ସ୍ଥଳରେ ଧର୍ମଗଡ ଏସ ଡି ପି ଓ,କୋକସରା ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ରେଡ କ୍ରସ ପାଣ୍ଠି ରୁ 10 ହଜାର ଟଙ୍କା ଆର୍ଥିକ ସହାୟତା ଓ ଗାଡ଼ି ମାଲିକ କୁ ଯୋଗାଯୋଗ କରି ଆର୍ଥିକ କ୍ଷତିପୂରଣ ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *