
ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାରାଜ । ବାଲେଶ୍ବର ଚାନ୍ଦିପୁର ଥାନା ପୋଟାପୋଲ ଛକ ନିକଟରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ କରି ଫେରାର ବେଳେ ଦୁର୍ବୁତ୍ତଙ୍କୁ କାବୁ କଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ଜଣେ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ । ଦିନ ଦିପହରେ ତିନିଜଣ ଦୁର୍ବୃତ୍ତ ପୋଟାପଲ ଛକ ନିକଟରେ ଏକ ବ୍ୟବସାୟୀଙ୍କୁ ଖଣ୍ଡା ଓ ଭୁଜାଲି ଦେଖାଇ ଲୁଟ କରିଥିଲେ । ପରେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଲୁଟ ପାଇଁ ଯାଇଥିଲେ ତିନି ଜଣ ଦୁର୍ବୁତ୍ତ । ଠିକ ଏହି ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ପହଞ୍ଚି ଯାଇଥିଲେ । ଜଣେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ ଦୁଇଜଣ ଦୁର୍ବୁତ୍ତଙ୍କୁ ଗ୍ରାମବାସୀ କାବୁ କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁଇ ଦୁର୍ବୁତ୍ତଙ୍କୁ ଗ୍ରାମବାସୀ ପୋଲିସରେ ଜିମା ଦେଇଥିଲେ ।
