ବ୍ୟବସାୟୀ ଅପହରଣ ଘଟଣାରେ ୪ଗିରଫ

ବ୍ୟବସାୟୀ ଅପହରଣ ଘଟଣାରେ ୪ଗିରଫ

Share with people

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ୧୮ନଂ ଜାତୀୟ ରାଜପଥ ପଦ୍ମନାଭପୁର ଟୋଲଗେଟ ଠାରେ ଜମି କିଣାବିକାକୁ କେନ୍ଦ୍ରକରି ଜୈନିକ ପ୍ରତିଷ୍ଠିତ ବ୍ୟବସାୟିଙ୍କୁ ବନ୍ଧୁକ ମୁନରେ ଅପହରଣକରି ବନ୍ଧକ ରଖିବାପରେ ୪୦ଲକ୍ଷ୍ୟ ଆଦାୟ କରିବା ଘଟଣାରେ ୪ ଜଣଙ୍କୁ କୋର୍ଟ ଚାଲଣ ଓ ୫ଜଣଙ୍କୁ ଅଟକ ରଖାଯାଇଥିବାନେଇ ଶନିବାର ସଂନ୍ଧ୍ୟାରେ ବୈଶିଙ୍ଗା ଥାନାରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଲେ ମୟୂରଭଞ୍ଜ ଏସ୍‌ପି ବରୁଣ ଗଣ୍ଠୁପାଲି। ଏତଲାକାରୀ ବ୍ୟବସାୟି ସୁନୀଲ କୁମାର ଅଗ୍ରୱାଲଙ୍କ ଅଭିଯୋଗ ମୁତାବକ ସେ ବାଲେଶ୍ବର ଯାଉଥିବା ସମୟରେ ପଦ୍ମନାଭପୁର ଟୋଲଗେଟ ଠାରେ କିଛି ଦୁର୍ବୁତ୍ତ ବନ୍ଧୁକ ମୁନରେ ତାଙ୍କୁ ଅପହରଣ କରିନେଇ ବନ୍ଧକ ରଖିବା ସହିତ ୮୦ ଲକ୍ଷ ଟଙ୍କା ଦାବି କରିଥିଲେ। ୪୦ଲକ୍ଷ ଟଙ୍କା ଅପହରଣକାରୀ ମାନେ ନେଇସାରି ଥିବାବେଳେ ଆଉ ୪୦ଲକ୍ଷ ଟଙ୍କା ଦାବି କରିଥିବା ନେଇ ଶେଷରେ ସୁନୀଲ ପୁଲିସରେ ଆଶ୍ରୟ ନେଇଥିଲେ। ମୟୂରଭଞ୍ଜର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ,ବଡସାହି,ମୋରଡା ଓ ରାସଗୋବିନ୍ଦପୁର ଆଇଆଇସିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ଏହି ଘଟଣାରେ ଜଡିତ ୪ଜଣଙ୍କୁ ବାଲେଶ୍ବର ଜିଲ୍ଲାରୁ ରୂପ୍ସା ଥାନା ଅଞ୍ଚଳରୁ ଉଠାଇ ଗିରଫ କରିଥିବା ବେଳେ ଆଉ ପାଞ୍ଚ ଜଣଙ୍କୁ ଅଟକରଖି ପଚରା ଉଚରା କରୁଛି।ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ରୂପ୍ସା ଅଞ୍ଚଳର ଅର୍ମାନ ଖାନ ଓରଫ ଜାଫର ଅହମ୍ମଦ,ରାଜା ଓରଫ ରାଜେଶ ବାରିକ,ଦେବା ଓରଫ ଭବେଶ ବେହେରା,ଚିଣ୍ଟୁ ଓରଫ ବଳରାମ ରାଉତ। ସେମାନଙ୍କ ନିକଟରୁ ୨ଟି ଦାମି କାର ୮ଲକ୍ଷ ୬୪ ହଜାର ୭ଶହ ଟଙ୍କା ସମେତ ୫ଟି ତେଲେଙ୍ଗା କଟୁରୀ ଏବଂ ମୋଟରସାଇକେଲ ମଧ୍ଯ ଜବତ କରାଯାଇଛି। ଏନେଇ ବୈଶିଙ୍ଗା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୁରା ଘଟଣାକୁ ମୟୂରଭଞ୍ଜ ଏସ୍‌ପି ବରୁଣ ଗଣ୍ଠୁପାଲି ଓ ବେତନଟୀ ଏସ୍‌ଡିପିଓ ମିନତୀ ବିଶ୍ୱାଳ ତଦାରଖ କରୁଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *