ସୁପରଭାଇଜରଙ୍କର ସନ୍ଦେହଜନକ ମୃତ୍ୟୁ || ROURKELA NEWS

ସୁପରଭାଇଜରଙ୍କର ସନ୍ଦେହଜନକ ମୃତ୍ୟୁ || ROURKELA NEWS

Share with people

ROURKELA- ଠିକା ସଂସ୍ଥାର ସୁପରଭାଇଯରଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟସ୍ଥଳରେ ଉତ୍ତେଜନା। କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ଶବ ଗୃହ ସାମ୍ନା ରେ ଧାରଣା ।
ମିଳିଥିବା ସୂଚନା ଅନୁଯାୟୀ ଜଗେଶ୍ୱର୍ ମାହାନ୍ତ ନାମକ ବ୍ୟକ୍ତି ଦିର୍ଘ୍ 18ରୁ 20 ବର୍ଷ ହେବ RSP ର ଠିକା ସଂସ୍ଥା ଡଙ୍କନ ଟ୍ରେଡ୍ ସେଣ୍ଟର ରେ କାର୍ଯ୍ୟ କରି ଆସୁଥିଲେ । ଗତକାଲି ପ୍ରାୟ ଦୁଇରୁ ଅଢେ଼ଇଟା ସମୟରେ RSP ରେ କାର୍ଯ୍ୟ କରୁଥିବା ସମୟରେ ହଠାଥ ତାଙ୍କୁ କଣ ଏମିତି ହୋଇଗୋଲା ଯେ ତାଙ୍କୁ ଇସ୍ପାତ୍ ଜେନେରାଲ ହସପିଟାଲରେ ଡାକ୍ତର ମୃତ୍ୟୁ ଘଷଣା କରିଥିଲେ।ପରେ ଏନେଇ ମୃତକଙ୍କ ସ୍ତ୍ରୀ ଟାଙ୍ଗରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ଦେବା ସହ ଇସ୍ପାତ୍ ଜେନେରାଲ ହସପିଟାଲର ମର୍ଗ ହାଉସ ସାମ୍ନାରେ ନ୍ୟାୟ ପାଇଁ ନିଜ ଦୁଇଟି ୬ ବର୍ଷ ଓ ୧୨ ବର୍ଷର ଛୁଆ ଙ୍କ ସହ ଶାଶୁ ଶଶୁର ଓ ସମ୍ପର୍କୀୟମାନେ ଦାବି କରି ବସିଛନ୍ତି। କ୍ଷତି ପୂରଣ ଦାବି ନେଇ ମୃତକଙ୍କ ସ୍ତ୍ରୀ ଓ ପରିବାର ବର୍ଗ ଓ ସମ୍ପର୍କୀୟ ମାନେ ମୃତ ବ୍ୟକ୍ତିର ପରିବାରକୁ ୫୦ ଲକ୍ଷ ଟଙ୍କା ସହିତ ଚାକିରି ଦେବା ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି। ଦାବି ପୂରଣ ନହେଲା ଯାଏଁ ସବ ଉଠିବ ନାହିଁ ବୋଲି ମଧ୍ୟ କହିଛନ୍ତି । ତେବେ 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆର ଏସପି କର୍ତୁପକ୍ଷ କିମ୍ବା ଠିକାଦାର ଙ୍କ ଦେଖାନାହିଁ ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ ।ତେବେ କେବେ ଉକ୍ତ ମୃତକଙ୍କ ସ୍ତ୍ରୀଙ୍କୁ ନ୍ୟାୟ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *