ମାଥାଲପୁଟ ମାର୍କେଟ୍‌ରେ ଏକ୍ସାଇଜ୍‌ ଓ ଡ୍ରଗ୍ସ ବିଭାଗର ମିଳିତ ଚଢ଼ାଉ

ମାଥାଲପୁଟ ମାର୍କେଟ୍‌ରେ ଏକ୍ସାଇଜ୍‌ ଓ ଡ୍ରଗ୍ସ ବିଭାଗର ମିଳିତ ଚଢ଼ାଉ

Share with people

କୋରାପୁଟ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ଏକ୍ସାଇଜ୍‌ ସୁପରିଣ୍ଡେଣ୍ଡେଣ୍ଟଙ୍କ ନିରୀକ୍ଷଣରେ ମାଥାଲପୁଟ ମାର୍କେଟ୍‌ ଅଞ୍ଚଳରେ ଚାଲିଛି ମିଳିତ ଚଢ଼ାଉ । ଏହି ଅଭିଯାନରେ କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟ୍‌ ବି.ଏସ୍‌.ପି. ମିଶ୍ର, ଡ୍ରଗ୍ସ ଇନ୍ସପେକ୍ଟର ନକ୍ଷେତ୍ର ନାୟକ, କୋରାପୁଟ ଏକ୍ସାଇଜ୍‌ ଷ୍ଟାଫ ଓ ଡାମଞ୍ଜୋଡି ଥାନା ପୋଲିସ ଉପସ୍ଥିତ ଥିଲେ । ଚଢ଼ାଉ ସମୟରେ ସିଗାରେଟ୍‌ ଓ ଅନ୍ୟାନ୍ୟ ତମାକୁ ପଦାର୍ଥ ଆଇନ (COTPA Act) ଅନୁସାରେ ବିଭିନ୍ନ ଗ୍ରୋସେରି ଦୋକାନରେ ଯାଞ୍ଚ କରାଯାଇଥିଲା । ପରେ ଅବୈଧ ତମାକୁ ସାମଗ୍ରୀ ଜବତ କରାଯାଇଥିଲା ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ୱାରା ୯ ଜଣ ବ୍ୟବସାୟୀ ଠାରୁ ମୋଟ ରୁ.୧,୮୦୦ ଜରିମାନା ଆଦାୟ କରାଯାଇଛି । ଜିଲ୍ଲା ପ୍ରଶାସନ ତମାକୁ ଦୁରୁପଯୋଗ ବିରୋଧରେ ଏପରି ଅଭିଯାନ ଜାରି ରଖିବାକୁ ସଂକଳ୍ପିତ ବୋଲି ଜଣାଯାଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *