ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ନକଲି 4 ଲକ୍ଷ 15 ସହ ଟଙ୍କା ଜବତ କରି ତିନିଜଣ ବ୍ୟକ୍ତିକୁ ଗିରଫ କରିଛି ବିନିକା ପୋଲିସ l ବିନିକା ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ୪ଲକ୍ଷ ୧୫ଶହ ଟଙ୍କା ଜବତ କରିଛି ।ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗ୍ରାମର ଅଭିଷେକ ହୋତା,ବିନିକା ସହର ପାତିକାରପଡାର ଅଶୋକ ନାଏକ ଏବଂ ନକଲି ଟଙ୍କା ଗ୍ରହଣ କରିଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗ୍ରାମର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କରାଯାଇଛି । ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ବିନିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l ତାଙ୍କ ସୂଚନା ଅନୁସାରେ ୮୦୩ଖଣ୍ଡ ୫୦୦ସହ ଟଙ୍କିଆ ନକଲି ନୋଟ ଜବତ କରାଯାଇଛି ।

