ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଟରାପଡା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ମେସିନ, ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ ନକଲି ବିଦେଶୀ ମଦ, କାରମେଲ, ଲେବୁଲ ଷ୍ଟିକର,କ୍ୟାପ ସହ ସାମଗ୍ରୀ ଜବତ କରିଛି ଅବକାରୀ ଟିମ ।ପରଜଙ୍ଗ, କାମାକ୍ଷାନଗର ଓ ଭୁବନ ଅବକାରୀ ଟିମର ମିଳିତ ଚଢ଼ାଉ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡା ଗାଁର ପଦ୍ମିନୀ ନାଏକ । ପଦ୍ମିନୀଙ୍କ ସ୍ୱାମୀ ଫେରାର ମାରିଥିବା ଜଣାପଡିଛି। ତେବେ ଦୀର୍ଘ ଦିନ ଧରି ଏକ ଘର ଭିତରେ ବ୍ୟାପକ ପରିମାଣର ନକଲି ବିଦେଶୀ ବ୍ରାଣ୍ଡେଡ ମଦ ତିଆରି କରାଯାଉଥିଲା । ଏହି ମଦ ଗୁଡିକ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି । ତେବେ ଖୁବଶୀଘ୍ର ମଦ କାରଖାନାର ଗୁମର ଖୋଲିବ ବୋଲି ଅବକାରୀ ସୂତ୍ରରୁ ଖବର ମିଳିଛି ।

