କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜଳପାପଶି ଗ୍ରାମ ନିକଟରେ ଛେଳି ଚୋରୀ କରି ଫେରାର ହେଉଥିବାବେଳେ ପୋଲିସ ପେଟ୍ରୋଲିଂ ଗାଡି ଦେଖି ଭାରସାମ୍ୟ ହରାଇ ଖାଲରେ ପଶିଯାଇଥିବା ବୋଲେରୋ ଗାଡ଼ିରୁ ଉଦ୍ଧାର ହେଲା ଛଅଟି ଛେଳି | ଯାହାକି ଗ୍ରାମବାସୀକଂ ସହାୟତାରେ ଗାଡିରୁ ୬ଟି ଛେଳିକୁ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନ ଅନୁଯାୟୀ , ବାମେବାରୀ ଅଞ୍ଚଳରୁ ଛେଳି ଚୋରୀ କରି ଏହି ବୋଲେରୋଟି ଫେରାର ହେଉଥିବାବେଳେ ଜଲପାପଶି ନିକଟରେ ପୋଲିସ ପେଟ୍ରୋଲିଂ ଗାଡିଦେଖି ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲରେ ପଶିଯାଇଥିଲା,ଗାଡିରେ ଥିବା ଛେଳି ଚୋରମାନେ ସୁଯୋଗ ଦେଖି ଚମ୍ପଟ ମାରିଥିବାବେଳେ ଗାଡିରେ ଥିବା ୬ଟି ଛେଳିକୁ ଗ୍ରାମବାସୀ ସହାୟତାରେ ଉଦ୍ଧାର କରିଛି ବାମେବାରୀ ପୋଲିସ। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରୁ ବାରମ୍ଵାର ଛେଳି ଚୋରି ହେଉଥିବାବେଳେ ଆଜି ଏହି ବଲେରୋ ବାମେବାରୀ ପୋଲିସ ଜବତ କରିବାରେ ସଫଳ ହେଇ ଚେlରୀର ତଦନ୍ତ ଚଳାଇଛି।

Posted inଓଡ଼ିଶା
