ଟିକିଏ ଜମି ପାଇଁ ସମ୍ପର୍କରେ ଲାଗିଲା ରକ୍ତଛିଟା || MAYURBHANJ NEWS

ଟିକିଏ ଜମି ପାଇଁ ସମ୍ପର୍କରେ ଲାଗିଲା ରକ୍ତଛିଟା || MAYURBHANJ NEWS

Share with people

ସାମାନ୍ୟ ଜମି ଟିକିଏ ପାଇଁ ସମ୍ପର୍କ ରେ ଲାଗିଲା ରକ୍ତଛିଟା। ଦାଦା ପୁତୁରା ଏବଂ ଭାଇ ଭାଇ ପରିବାର ମଧ୍ୟରେ ଲଢେଇ ହୋଇ ହେଲେ ଲହୁଲୁହାଣ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଅଂଚଳରେ। ଗ୍ରାମର ମୁକ୍ତିକାନ୍ତ ଗାଣ ଏବଂ ଅଜୟ ଗାଣ ଦୁଇ ପରିବାର ସମ୍ପର୍କୀୟ ଦାଦା ପୁତୁରା ହୋଇଥିବା ବେଳେ ବାଡ଼ ବସାଇବା ପାଇଁ ଆଜି ମୁକ୍ତିକାନ୍ତଙ୍କ ପରିବାର ଲୋକେ କାମ କରୁଥିଲେ। ହେଲେ ଉକ୍ତ ଜାଗାକୁ ନେଇ କୋର୍ଟରେ ମାମଲା ରହିଥିବା କାରଣରୁ ଏହାକୁ ଦାଦା ଅଜୟ ଗାଣ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା। ପରସ୍ପରକୁ କଟୁରୀ, ଠେଙ୍ଗାରେ ଆକ୍ରମଣ କରିଥିବା ବେଳେ ଉଭୟ ପରିବାର ସଦସ୍ୟ ଲହୁଲୁହାଣ ହୋଇଥିଲେ। ଦାଦା ଅଜୟ ଗାଣ କଟୁରୀରେ ପୁତୁରା ମୁକ୍ତିକାନ୍ତ ଗାଣ ଏବଂ ତାଙ୍କ ସାନଭାଇ ମୁଣ୍ଡ କୁ ହାଣିଥିବା ବେଳେ ଅନ୍ୟପଟେ ପୁତୁରା ପରିବାର ସଦସ୍ୟଙ୍କ ଆକ୍ରମଣରେ ଅଜୟ ଗାଣ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ଯାହା ପରେ ଉଭୟ ପରିବାର ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସମୁଦାୟ ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *