ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡାରେ ହାଣି ମାରିଦେଲା ଦୃବୁର୍ତ୍ତ

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡାରେ ହାଣି ମାରିଦେଲା ଦୃବୁର୍ତ୍ତ

Share with people

ଜଗତସିଂହପୁର ସହର ଯୋଗଧାରୀ ଛକ ନିକଟରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ | ଧାରୁଆ ଅସ୍ତ୍ରରେ ହାଣି ଜଣେ ପାନ ଦୋକାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ପୋକପୁର ଗାଁର ଜ୍ଞାନ ରଜ୍ଞନ ପୋଥଳ । ସେ ଯୋଗଧାରୀ ଛକ ନିକଟରେ ଏକ ପାନ ଦୋକାନ କରିଥିଲେ ।ଗତକାଲି ରାତିରେ ଦେକାନ ବନ୍ଦକରି ଆସିବା ସମୟରେ କେହି ଅଜଣା ଦୁର୍ବୃର୍ତ୍ତ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇ ଯାଇଛନ୍ତି । ହତ୍ୟାକାଣ୍ଡର ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *