ଅନୁଗୁଳ ପୁଲିସ ପକ୍ଷରୁ ମୋବାଇଲ ହସ୍ତାନ୍ତର ମେଳା ୨.୦ ଆୟୋଜିତ;

ଅନୁଗୁଳ ପୁଲିସ ପକ୍ଷରୁ ମୋବାଇଲ ହସ୍ତାନ୍ତର ମେଳା ୨.୦ ଆୟୋଜିତ;

Share with people

ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍ ଫୋନ୍ ଫେରି ପାଇବାର ଆଶା ଛାଡ଼ି ଦେଇଥିବା ମାଲିକଙ୍କ ମୁହଁରେ ଆଜି ହସ ଫୁଟିଛି । ଅନୁଗୁଳ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ‘ମୋବାଇଲ୍ ହସ୍ତାନ୍ତର ମେଳା ୨.୦’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ମୋଟ ୧୦୧ ଟି ସ୍ମାର୍ଟଫୋନ୍‌କୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଆନନ୍ଦର ସହିତ ଫେରସ୍ତ କରାଯାଇଛି। ଉଦ୍ଧାର କରାଯାଇଥିବା ଏହି ୧୦୧ଟି ମୋବାଇଲ୍ ଫୋନ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିଜର ବହୁମୂଲ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ମୋବାଇଲ୍ ଫୋନ୍‌କୁ ଫେରିପାଇ ମାଲିକମାନେ ଅନୁଗୁଳ ପୁଲିସର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅନୁଗୁଳ ଏସପି ଭାବେ ରାହୁଲ ଜୈନ ଯୋଗଦେବା ପରେ ଏହିପରି ହଜିଯାଇଥିବା ମୋବାଇଲ୍ ସମ୍ପର୍କରେ ଲୋକମାନେ ସିଧାସଳଖ ଅଭିଯୋଗ କରିପାରିବେ, ସେଥିପାଇଁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର ଜାରି କରିଥିଲେ । ଉକ୍ତ ନମ୍ବରରେ ଆସିଥିବା ଚୋରି କିମ୍ବା ହଜିଥିବା ଫୋନ୍‌ଗୁଡ଼ିକର ଅଭିଯୋଗକୁ ଆଧାର କରି ଜିଲ୍ଲା ପୁଲିସର ସାଇବର ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଅନୁଗୁଳ ପୁଲିସ ବେଶ୍ ସଫଳତା ପାଇଥିଲା ।

ଗତ ଜୁନ୍ ୧୭ ତାରିଖରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ମୋବାଇଲ୍ ହସ୍ତାନ୍ତର ମେଳାରେ ୧୨୫ ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ବୁଧବାର ଦିନ ଦ୍ୱିତୀୟ ଥର ପାଇଁ ୧୦୧ଟି ମୋବାଇଲ୍ ଉଦ୍ଧାର କରାଯାଇ ତାହାର ପ୍ରକୃତ ମାଲିକମାନଙ୍କୁ ଫେରସ୍ତ ଦିଆଯାଇଛି । ଅନୁଗୁଳ ଜିଲ୍ଲା ପୁଲିସର ଏହି କ୍ରମାଗତ ସଫଳତା ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ପୁଲିସ ପ୍ରତି ଆସ୍ଥା ସୃଷ୍ଟି କରିଛି ।ଉକ୍ତ ମୋବାଇଲ୍ ହସ୍ତାନ୍ତର ମେଳା କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଏବଂ ଅନୁଗୁଳ ଏସପି ଶ୍ରୀ ରାହୁଲ ଜୈନ ଉପସ୍ଥିତ ଥିଲେ । ସେମାନେ ନିଜ ହାତରେ ମୋବାଇଲ୍ ଗୁଡ଼ିକୁ ମାଲିକମାନଙ୍କୁ ଫେରସ୍ତ କରିବା ସହ ଉଦ୍ଧାର କାର୍ଯ୍ୟରେ ସଫଳତା ପାଇଥିବା ପୁଲିସ ଟିମ୍‌କୁ ପ୍ରଶଂସା କରିଥିଲେ । ଏସପି ଶ୍ରୀ ଜୈନ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଏହିପରି ପଦକ୍ଷେପ ଜାରି ରହିବ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *