ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ପଛକୁ ପଛ ଆସୁଛି ୩ଟି ଲଘୁଚାପ
ଅକ୍ଟୋବର ମାସ ଆସିଲେ ଛାତିରେ ପଶେ ବାତ୍ୟା ଛନକା | ଏଥର ମଧ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ପଶିଥିବା ବେଳେ ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ରହିଛି | ସେପଟେ ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ୩ଟି ଲଘୁଚାପ। ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ଆକଳନ ଅନୁଯାୟୀ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । ତଥାପି ଏହାର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରେ ।

୨୬ ଓ ୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ସୃଷ୍ଟି ହେବାକୁ ଥିବା ଦ୍ବିତୀୟ ଲଘୁଚାପର ପ୍ରଭାବ ବେଶୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ମାତ୍ର ପଛକୁ ପଛ ୩ଟି ଲଘୁଚାପ ନେଇ ବର୍ତ୍ତମାନ ସୁଦ୍ଧା IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଯେହେତୁ ଚଳିତ ମାସ ଶେଷକୁ ପଛକୁ ପଛ ତିନି ତିନିଟି ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଓ ଏହାର ପ୍ରକୋପ ନେଇ ବି ଅନୁମାନ ଲଗାଇଲେଣି, ତେଣୁ ବାତ୍ୟା ଭୟ ବଢିବାରେ ଲାଗିଲାଣି ।

