ପାଣି ଅଭାବରୁ ନାଳ ପାଣି ପିଉଛନ୍ତି ଗ୍ରାମବାସୀ || MAYURBHANJ NEWS

ପାଣି ଅଭାବରୁ ନାଳ ପାଣି ପିଉଛନ୍ତି ଗ୍ରାମବାସୀ || MAYURBHANJ NEWS

Share with people

ପାନୀୟ ଜଳ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ,ଶୁଦ୍ଧ ଜଳ ନ ପାଇ ନାଳରୁ ବ୍ୟବହାର କରୁଛନ୍ତି ପିଇବା ପାଣି,ଏପରି ସମସ୍ୟା ଦେଖାଦେଇଥିବା ଗ୍ରାମ ହେଉଛି ଠାକୁରମୁଣ୍ଡା ବ୍ଲକ ହାତୀଗଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସନକୁଦର ପୁରୁଣା ଖଡିଆ ବସ୍ତିରେ ।
ସୂଚନା ଅନୁଯାୟୀ ଅସନକୁଦର ଗ୍ରାମର ଖଡିଆ ବସ୍ତିରେ ୧୫/୨୦ ଟି ପରିବାର ବସବାସ କରନ୍ତି।ସାହିରେ ଗୋଟିଏ ହେଲେବି ନଳକୂପ ନାହିଁ ସରକାରଙ୍କ ତରଫରୁ ୮ବର୍ଷ ପୂର୍ଵରୁ ପାଇପ ବିଛା ଯାଇଥିଲେ ମଧ୍ୟ ପାଣି ଆସୁନାହିଁ। ଗ୍ରାମବାସୀ ପ୍ରକାଶ କରିଛନ୍ତି ନାଳରୁ ପାଣି ନେଇ ବ୍ୟବହାର କରୁଛନ୍ତି।ଖରା ଦିନରେ ନାଳ ଶୁଖି ଯିବାରୁ ପାହାଡ଼ରେ ଥିବା ଏକ ଝରଣାରୁ ପାଣି ଆଣି ବ୍ୟବହାର କରିଥାନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି।ସାହିର ପାଣି ସମସ୍ୟା ସମ୍ପର୍କରେ ଗ୍ରାମପଞ୍ଚାୟତ ଓ ବ୍ଲକ ରେ ଜଣାଉଥିଲେ ମଧ୍ୟ ତାଙ୍କ ସମସ୍ୟା ର ସମାଧାନ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି।ସାହିର ଏହି ସମସ୍ୟା ର ସମାଧାନ ନିମନ୍ତେ ଗ୍ରାମୀଣ ଜଳ ଯୋଗାଣ ଯୋଜନରେ ସଠିକ ସ୍ଥାନରେ ଏକ ନଳକୂପ କଲେ ପାନୀୟ ଜଳ ମିଳିପାରନ୍ତା ବୋଲି ଗ୍ରାମବାସୀ ମାନେ ଦାବୀ କରିଛନ୍ତି। ସେହି ଗ୍ରାମ ରେ ଗୋଟିଏ ଅଙ୍ଗୱାଡ଼ି କେନ୍ଦ୍ର ମଧ୍ୟ ରହିଛି ଯେଉଁଥିରେ କି ୧୨ ଜଣ ପିଲା ପଢନ୍ତି l ଅଙ୍ଗନୱାଡ଼ି କେନ୍ଦ୍ର ଟି ୨୦୧୮ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନଳକୂପ ବସିନାହିଁ l ଅଙ୍ଗନୱାଡ଼ିରେ ପାଣି ଟାଙ୍କି ଲାଗିଛି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ହେଲେ ପାଣି ବାହାରୁ ନାହିଁ l ଅଙ୍ଗୱାଡ଼ି କର୍ମୀଙ୍କ କହିବା କଥା ଆମେ ବହୁବାର ପ୍ରଶାସନକୁ ଜଣାଇଛୁ ହେଲେ ପ୍ରଶାସନ ଏହାରି ଉପରେ ପଦକ୍ଷେପ ନେଉନାହିଁ l ବାଧ୍ୟ ହୋଇ ଆମେ ପିଲାଙ୍କୁ ପିଇବା ଓ ଧୋଇବା ପାଇଁ ନାଳ ପାଣି ବ୍ୟବହାର କରୁଛୁ l ଦେଖିବାକୁ ବାକି ରହିଲା ଖଡିଆଙ୍କ ଭାଗ୍ୟ କେବେ ବଦଳୁଛି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *