ଦୁଇ ଭାଇଙ୍କୁ କାମୁଡ଼ି ଗୁରୁତ୍ତର କଲା ଭାଲୁ || KANDHAMAL NEWS

ଦୁଇ ଭାଇଙ୍କୁ କାମୁଡ଼ି ଗୁରୁତ୍ତର କଲା ଭାଲୁ || KANDHAMAL NEWS

Share with people

ଗାଁ କେନାଲକୁ ଗାଧେଇବାକୁ ଯାଇଥିବା ସମୟରେ ଦୁଇ ଭାଇକୁ ଆକ୍ରମଣ କରିଛି ଭାଲୁ l ପ୍ରଥମେ ଗାଁରେ ଗାଈ ବଳଦକୁ ଭାଲୁ ଆକ୍ରମଣ କରୁଥିବା ସମୟରେ ଗାଁ ଲୋକ ପାଟିତୁଣ୍ଡ କରିବା ପରେ ଫେରି ଯାଉଥିବା ଭାଲୁ ମୁହଁ ରେ ପଡ଼ିଥିଲେ ଦୁଇ ଭାଇ l ଭାଲୁ ଟି ଦୁଇ ଭାଇଙ୍କୁ ଗାଁ କେନାଲ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା l କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଂଚାୟତ ଅନ୍ତର୍ଗତ ଗାନ୍ଦ୍ରିଗାଁର ମୁଣ୍ଡିକିଆ ସାହିରୁ ସାମ୍ନା କୁ ଆସିଛି ଏପରି ଘଟଣା l ଗୁରୁତର ଦୁଇ ସମ୍ପର୍କୀୟ ଭାଇ ହେଲେ ମୁଣ୍ଡିକିଆ ସାହିର ପର୍ଶୁରାମ ପ୍ରଧାନ ଓ ଲିଟୁ ପ୍ରଧାନ l ଦୁଇ ଭାଇର ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଛି ଭାଲୁ l ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉଦ୍ଧାର ହୋଇ ଦୁଇ ଭାଇ କ. ନୂଆଗାଁ ମେଡିକାଲରେ ଭର୍ତି ହୋଇଥିଲେ l ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *