ଭୁଜାଲିରେ ହାଣିଲେ ବନ୍ଧୁକ ଲଗାଇ ଲୁଟିନେଲେ ଲୁଟେରା ||

ଭୁଜାଲିରେ ହାଣିଲେ ବନ୍ଧୁକ ଲଗାଇ ଲୁଟିନେଲେ ଲୁଟେରା ||

Share with people

ଅଚାନକ ଘରେ ପଶିଲେ, ଭୁଜାଲିରେ ହାଣିଲେ, ବେକରେ ବନ୍ଧୁକ ଲଗାଇ ଲୁଟିନେଲେ। ଆଉ ଲୁଟିବା ପରେ ଘର ଭିତରେ ବନ୍ଦ କରି ଚାଲିଗଲେ ଲୁଟେରା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଝିଙ୍କପଦା ଗ୍ରାମରେ। ଗ୍ରାମର କାର୍ତ୍ତିକେଶ୍ୱର ସାହୁ ଏବଂ ତାଙ୍କ ସ୍ତ୍ରୀ ଘରେ ରାତିରେ ଏକୁଟିଆ ଥିବା ବେଳେ ହଠାତ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଭୁଜାଲି ଏବଂ ବନ୍ଧୁକ ଧରି ଘର ଭିତରେ ପଶିଲେ। ଟିଭି ଦେଖୁଥିବା କାର୍ତ୍ତିକେଶ୍ୱରଙ୍କୁ ଭୁଜାଲିରେ ତାଙ୍କ ହାତ ହାଣିବା ସହିତ ବେକରେ ବନ୍ଧୁକ ଲଗାଇଥିଲେ।ଆଉ ଦୁଇ ଦୁର୍ବୃତ୍ତ ଘରେ ରୋଷେଇ କରୁଥିବା କାର୍ତ୍ତିକେଶ୍ୱରଙ୍କ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ରୋଷେଇ ଘର ଭିତରେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଘର ଭିତର ଗଡ଼ରେଜ, ଖଟ ଆଦି ଭାଙ୍ଗିବା ସହିତ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଅର୍ଣ୍ଣପୂର୍ଣ୍ଣାଙ୍କ ପିନ୍ଧା ସୁନା ଚେନ ମଧ୍ୟ ଲୁଟି ନେଇଥିଲେ। ଲୁଟିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଏକ ରୁମ ଭିତରେ ବନ୍ଦ କରି ଲୁଟେରାମାନେ ଚାଲି ଯାଇଥିବା ବେଳେ ୩ ଘଣ୍ଟା ପରେ ଘର ଭିତରୁ ଉଦ୍ଧାର କରିଲେ ପଡୋଶୀ। ଏହା ପରେ ଘଟଣା ବାବଦରେ ସେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *