BALASORE -ଦିନକୁ ଦିନ ଅସୁରକ୍ଷିତ ହୋଉପଡୁଛି ସୋର। ପୋଲିସର ନୀରବତା ଓ ନିଷ୍କ୍ରିୟତା ପାଇଁ ଦୃବୁର୍ତ୍ତ ମାନେ ଦିନ ଦ୍ୱିପ୍ରହରେ ଅପରାଧିକ ଘଟଣା ଘଟାଉଥିବା ବେଳେ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଆଜି ଦିନ ଦ୍ୱିପ୍ରହରେ ଜଣେ ପୂଜାକଙ୍କୁ ହାଣି ଟଙ୍କା ଲୁଟ ହୋଇଥିବା ବେଳେ ପୂଜକ ଜଣଙ୍କ ଗୁରୁତର ଥିବା ଜଣାପଡିଛି। ସୂଚନା ଅନୁସାରେ ବଡ଼ଖୁରି ଗ୍ରାମର ଦିନବନ୍ଧୁ ପାଣିଗ୍ରାହୀ (୫୫) ପୂଜା କାମ କରନ୍ତି।ଆଜି ପୂର୍ବାହ୍ନ ସମୟରେ ପୂଜା ସାରି ଫେରୁଥିବା ବେଳେ ଚମ୍ପୁ ଛକ ନିକଟରେ ତିନିଜଣ ଦୃବୁର୍ତ୍ତ ଗୋଟିଏ ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ତାଙ୍କ ନିକଟରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୋରରେ ଦିନକୁ ଦିନ ଅପରାଧି ମାନଙ୍କର ରାଜତ୍ବ ବଢ଼ିବାରେ ଲାଗିଥିବାରୁ ଜିଲ୍ଲା ପ୍ରଶାସନ ସୋର ଥାନାରେ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଦାବି ହୋଇଛି |

