କୋରାପୁଟ ସୁନାବେଡା ଜାତିୟ ରାଜପଥର 26 ର ଭବାନୀ ନଗରରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣା ସ୍ଥଳରେ ସ୍କୁଟି ଆରୋହିଙ୍କ ମୃତ ହୋଇଛି । ସ୍କୁଟି ଚାଳକ ଜଣକ ସିମିଳିଗୁଡାରୁ କୋରାପୁଟ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ସ୍କୁଟି ଆରୋହି ମୃତ୍ୟୁ ହୋଇଥିଲା। ମୃତ ସ୍କୁଟି ଆରୋହିଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ କୋରାପୁଟ ଟାଉନ୍ ପୁଲିସ ପହଞ୍ଚି ଟ୍ରକ୍କୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖିଛି |

