ଷଣ୍ଢକୁ ଖାଇଲା ମହାବଳ ବାଘ,ଗାଁରେ ପଡିଛି କୋକୁଆ ଭୟ ||

ଷଣ୍ଢକୁ ଖାଇଲା ମହାବଳ ବାଘ,ଗାଁରେ ପଡିଛି କୋକୁଆ ଭୟ ||

Share with people

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାନପୁରା ଗାଁ ପାଖ ଓଭର ବ୍ରିଜ ନିକଟରେ ଏକ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଛି। ଏପରିକି ମହାବଳ ବାଘକୁ ଦେଖି ଲୋକ ମାନେ ଆତଙ୍କିତ ଥିବା ପ୍ରକାଶ କରିଛନ୍ତି। ଗତ କିଛି ଦିନ ହେବ ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ମହାବଳ ବାଘକୁ ନେଇ ଚିନ୍ତାରେ ଅଞ୍ଚଳବାସୀ। ଯାହାକୁ ନେଇ ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ତନାଘନା ଆରମ୍ଭ କରି ଦେଇଛି।
ତେବେ ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ପାଖ ଜଙ୍ଗଲରେ ଏକ ଷଣ୍ଢକୁ ଖାଇଛି ମହାବଳ ବାଘ। ବାଘଟି ଷଣ୍ଢଟିକୁ ଖାଇବା ସହ ଆଖ ପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଗତ କାଲି ରାତିରେ କାନପୁରା ଗାଁ ପାଖରେ ଯାତାୟାତ କରୁଥିବା ନେଇ ଗ୍ରାମବାସୀ ଆତଙ୍କିତ ଥିଲେ। ଏପରିକି ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଷଣ୍ଢ ମୃତ୍ୟୁକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏ ନେଇ ବନ ବିଭାଗର ସ୍ୱତନ୍ତ୍ର ଟିମ ବାଘର ଗତିବିଧି ଉପରେ ନଜର ରଖିବା ସହିତ ଲୋକଙ୍କୁ ଜଙ୍ଗଲକୁ ନ ଯିବାକୁ ବାରଣ କରିଛନ୍ତି। ଗାଈ ଗୋରୁ, ଛେଳି, ମେଣ୍ଢା କିମ୍ବା ଜଙ୍ଗଲକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେବେ କାମାକ୍ଷାନଗରରେ ମହାବଳ ଆତଙ୍କକୁ ନେଇ ଲୋକମାନେ ଆତଙ୍କିତ ରହିଛନ୍ତି। ତୁରନ୍ତ ବନ ବିଭାଗ ପକ୍ଷରୁ ମହାବଳ ବାଘକୁ କାବୁ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *