ପାରିବାରିକ କଳହରୁ ଟ୍ରେନ ଆଗରେ ଶୋଇ ପଡିଲେ ମହିଳା, ମୁଣ୍ଡ-ଗଣ୍ଡି ଅଲଗା।

ପାରିବାରିକ କଳହରୁ ଟ୍ରେନ ଆଗରେ ଶୋଇ ପଡିଲେ ମହିଳା, ମୁଣ୍ଡ-ଗଣ୍ଡି ଅଲଗା।

Share with people

MAYURBHANJ – ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ଆମ୍ବଗଡିଆ ଉପକଣ୍ଠ ନୂଆସାହି ଠାରେ କୌଣସି କାରଣରୁ ଶୁକ୍ରବାର ଅପରାହ୍ନ ୨ଟା ପାଖାପାଖିରେ ରେଳଧାରଣାରେ ଶୋଇପଡିବାରୁ ଚଳନ୍ତା ଟ୍ରେନରେ କଟି ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ମୃତା ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ନୂଆସାହି ଗ୍ରାମର ପରମାନନ୍ଦ ସିଂଙ୍କ ୪୬ ବର୍ଷିୟ ସ୍ତ୍ରୀ ସିତୁ ଓରଫ କଟି ସିଂ। ହସ୍ତଗତ ସୂଚନା ମୁତାବକ ନିଜର ଧାର୍ଯ୍ୟ ସମୟରେ ବାଙ୍ଗିରିପୋଷିରୁ ବାଲେଶ୍ୱର ଅଭିମୁଖେ ମେମୁଟ୍ରେନ ଯାଉଥିବା ବେଳେ ଅନତି ଦୂର ଠାକୁରତୋଟା ଷ୍ଟେସନରେ ଅଟକିବାର ଥିଲା। ତେବେ ଠାକୁରତୋଟା ଷ୍ଟେସନର ପହଞ୍ଚିବାର ଅବ୍ୟବହିତ ପୂର୍ବରୁ କଟି ସିଂ ଦୌଡିଆସି ରେଳଧାରଣା ଉପରେ ମୁଣ୍ଡରଖି ଶୋଇପଡିଥିଲେ। ଚଳନ୍ତା ଟ୍ରେନରେ କଟି ସିତୁ ଓରଫ କଟି ସିଂଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ମେମୁଟ୍ରେନର ଲୋକପାଇଲଟଙ୍କ ଠାରୁ ସୂଚନା ପାଇ ରୂପ୍ସା ଜଙ୍କସନରୁ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ତେବେ ସେତେବେଳକୁ ପରିବାର ଲୋକେ ମୃତଦେହ ରେଳଧାରଣାରୁ ଉଠାଇନେଇଥିଲେ। ପାରିବାରିକ କଳହରୁ କଟି ସିଂ ଏହିଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *