ଅଫିସର ହେବ ତ “ରଥ ବାବୁ”ଙ୍କ ପରି | BALASORE NEWS

ଅଫିସର ହେବ ତ “ରଥ ବାବୁ”ଙ୍କ ପରି | BALASORE NEWS

Share with people

ସରକାରୀ ଅଫିସର ହେଲେ ମାନବତାର ସ୍ପର୍ଶ ଥିବା ଆବଶ୍ୟକ ଯାହାର ଜ୍ୱଳନ୍ତ ଉଦାହରଣ ବାଲିଆପାଳ ବ୍ଲକର ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ l ସମାଜର ଅନ୍ତିମ ସ୍ତରରେ ଥିବା ଦୁଇ ଅସହାୟ ମହିଳାଙ୍କୁ ସେ ନିଜ ପ୍ରଚେଷ୍ଟାରେ ରାସନ କାର୍ଡ ଯୋଗାଇ ତାଙ୍କ ଜୀବନରେ ଆଶା ଆଣିଛନ୍ତି l ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବିଶ୍ଵନାଥପୁରର ପୁଷ୍ପାଞ୍ଜଳି ମଲ୍ଲିକ ଦୁଇ ଶିଶୁକୁ ନେଇ ଭିକ୍ଷା ମାଗୁଥିବା ବେଳେ ରଥ ବାବୁ ତାଙ୍କ କଷ୍ଟ ଦେଖି ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲେ l ରଥ ବାବୁ ଜାଣିବାକୁ ପାଇଥିଲେ ପୁଷ୍ପାଞ୍ଜଳିର ସ୍ୱାମୀ ଦ୍ୱିତୀୟ ବିଭାଗ ପରେ ପୁଷ୍ପାଞ୍ଜଳି ଏବଂ ତାର ଦୁଇ ସନ୍ତାନ କଥା ବୁଝୁ ନାହାଁନ୍ତି l ଶାଶୂଘର ଲୋକେ କିମ୍ବା ବାପଘର ଲୋକେ ତାଙ୍କୁ ଆଶ୍ରୟ ଦେଉନାହାନ୍ତି କି ଖାଇବାର ବ୍ୟବସ୍ଥା କରୁନାହାନ୍ତି l ବର୍ତ୍ତମାନ ପୁଷ୍ପାଞ୍ଜଳି ବୋଳଂ ଗ୍ରାମର ଏକ ନିଛାଟିଆ ଜାଗା ନଈ ଆଡି ବନ୍ଦରେ ଛୋଟ ଜରି ପାଲତଳେ କୁଡ଼ିଆ କରି ଦୁଇ ପିଲାଙ୍କୁ ନେଇ ଆଶ୍ରୟ ନେଉଛି l ପ୍ରତିଦିନ ଭିକ୍ଷାବୃତ୍ତି ହିଁ ଏହି ଅସହାୟ ମା ଏବଂ ଦୁଇ ନିଷ୍ପାପ ଶିଶୁର ସାହାର ଥିଲା l ତେବେ ଘଟଣା ଶୁଣିଲା ପରେ ସେଇ ଦିନ ହିଁ ତାକୁ ରାସନ ଡିଲର ମାଧ୍ୟମରେ ଆଗୁଆ ଚାଉଳ ଦେବାର ବ୍ୟବସ୍ଥା କରିଥିଲେ l

ଠିକ ସେହିପରି, ବୋଳଂ ପଞ୍ଚାୟତର ବିଧବା ମହିଳା ଫୁଲମଣୀ ଟୁଡୁ 2022 ମସିହାରୁ ସ୍ୱାମୀଙ୍କ ସର୍ପଘାତରେ ମୃତ୍ୟୁ ପରେ ଅନ୍ୟ ବିଲରେ ଜଗୁଆଳି ହୋଇ ପରିବାର ଚଳାଉଥିଲେ l ସେ ସରକାରଙ୍କ ରାସନ କାର୍ଡ ଯୋଜନାରୁ ବଞ୍ଚିତ ଥିଲେ l ସାମାଜିକ କର୍ମୀ ରାଜକିଶୋର ପାତ୍ର ଏବଂ ଯୁବ ସାମ୍ବାଦିକ ସୁବାସ ଦାସ ଙ୍କ ସୂଚନାରେ ରଥ ବାବୁ ନିଜେ ଯାଇ ପରିସ୍ଥିତି ଦେଖି ସେହି ମହିଳାଙ୍କ ହାତେ ରାସନ କାର୍ଡ ଯୋଗାଇବା ସହିତ ପୁଷ୍ପାଞ୍ଜଳିଙ୍କୁ ମଧ୍ୟ ଗତକାଲି ରାସନ କାର୍ଡ ଯୋଗାଇଛନ୍ତି l ମାତ୍ର ଏତିକି ନୁହେଁ କରୁଣ ସ୍ଥିତିକୁ ଦେଖି ସେ ନିଜ ପକେଟରୁ ଆର୍ଥିକ ସହାୟତା ଦେଇ ଏହି ଦୁଇ ମହିଳାଙ୍କୁ ନୂଆ ଆଶା ଦେଇଛନ୍ତି। ବିଗତ ଦୁଇ ବର୍ଷରେ ଏପରି ଅନେକ ଅସହାୟ, ଭିନ୍ନକ୍ଷମ ଓ ଗରିବ ଲୋକଙ୍କୁ ସେ ନିଜ ଉଦ୍ୟମରେ ରାସନ କାର୍ଡ ଯୋଗାଇଛନ୍ତି। ସତେଜ ମନ, ସେବାଭାବ ଓ ମାନବତାର ପ୍ରତିକ ରଥ ବାବୁ ଆଜି ଅନେକଙ୍କ ମନରେ ଏକ ପ୍ରେରଣା l ସମସ୍ତେ କୁହୁଛନ୍ତି ଅଫିସର ହେବ ତ “ରଥ ବାବୁ”ଙ୍କ ପରି !


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *