
ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡକରି ୯ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ,ତେବେ ମୟୁରଭଞ୍ଜ ଘାଗରବେଡ଼ାର ଗଣେଶ ଗିରି ଏହି ଗ୍ୟାଙ୍ଗର ଥିଲା ମାଷ୍ଟର ମାଇଣ୍ଡ,ସେ ତାର ସହଯୋଗୀଙ୍କୁ ସହ ନାରାୟଣ ପୁର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଡକାୟତି ପାଇଁ ଯୋଜନା କରିଥିଲା,ହେଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ସେମାନଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲେ | ଏହି ସମୟରେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ ବି ପୋଲିସ ଟିମ ସେମାନଙ୍କୁ ଘେରି ଯାଇ ଗିରଫ କରିବାରେ ସଫଳ ହୋଇଛନ୍ତି,ସେମାନଙ୍କ ନିକଟରୁ 25ଟି ଜୀବନ୍ତ ଗୁଳି ସହ ୫ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି |

