
MAYURBHANJ -: ଆଜି ବାରିପଦା ଟାଉନ ପୋଲିସ ଦୁଇଜଣ ପେଷାଦାର ଆନ୍ତରଜ୍ୟ ମୋବାଇଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୪ଟି ଚୋରି ମୋବାଇଲ ଜବତ କରିଥିବାର ଜଣାଯାଇଛି, ସୂଚନା ଅନୁଯାୟୀ ନିକଟ ଅତୀତରେ ବାରିପଦା ଅଞ୍ଚଳରେ ମୋବାଇଲ ଚୋରୀ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ, ଗତ ତା 7/10/25 ରିଖରେ ସାନ ଡାକଇ ଗ୍ରାମର ବାଲକରାମ ସୋରେନ(36) ବାରିପଦା କଚେରୀ ମାର୍କେଟରେ ପରିବା କିଣୁଥିବା ବେଳେ ତାଙ୍କର ମୋବାଇଲ ଛୀନତାଇ ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ | ଏହି ଅଭିଯୋଗକୁ ଆଧାର କରି ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରି ଝାଡ଼ଖଣ୍ଡ ରାଜ୍ୟ ସାହେବଗଞ୍ଜ ଅଞ୍ଚଳର ଅମ୍ରିତ କୁମାର ମହାନ୍ତ (33) ଏବଂ ଗଙ୍ଗା ନନୀୟା (25) ନାମକ ଦୁଇଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ 24ଟି ବିଭିନ୍ନ କମ୍ପାନୀର ଚୋରୀ ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି | ଆଜି ଏ ବାବଦରେ ବାରିପଦା ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡ଼ିପିଓ ପ୍ରଭାତ ମଲ୍ଲିକ ଏବଂ ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତ ସବିଶେଷ ସୂଚନା ପ୍ରଦାନ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି, ଜବଦ ମୋବାଇଲ ଗୁଡିକର ମାଲିକ ମାନଙ୍କୁ ଯାଞ୍ଚ କରି ମୋବାଇଲ ଫେରସ୍ତ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି |

