ଭୟଙ୍କର ବାଣ ବିସ୍ପୋରଣରେ ଆହତ ଯୁବକଙ୍କ ମୃତ୍ୟୁ।

ଭୟଙ୍କର ବାଣ ବିସ୍ପୋରଣରେ ଆହତ ଯୁବକଙ୍କ ମୃତ୍ୟୁ।

Share with people

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବାଛୁରୀପଡା ଗ୍ରାମରେ ବେଆଇନ ବାଣ କାରଖାନାରେ ଭୟଙ୍କର ବାଣ ବିସ୍ପୋରଣ ଘଟି ଗୁରୁତ୍ତର ହୋଇଥିବା ଚାରି ଜଣଙ୍କ ମଧ୍ଯରୁ ଜଣଙ୍କ ମୃତ୍ୟୁ ଘଟିଛି |

ଚିକିତ୍ସାଧୀନ ଅବସ୍ଥାରେ ଗଲା ଜୀବନ |

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ବାଛୁରୀପଡା ଗ୍ରାମରେ ବେଆଇନ ବାଣ କାରଖାନାରେ ଭୟଙ୍କର ବାଣ ବିସ୍ପୋରଣ ଘଟି ଗୁରୁତ୍ତର ହୋଇଥିବା ଚାରି ଜଣଙ୍କ ମଧ୍ଯରୁ ଜଣଙ୍କ ମୃତ୍ୟୁ ଘଟିଛି | ଯାହା ଜଣା ପଡିଛି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ମୃତ୍ୟୁପରେ ସୋମବାର ରାତି ୧୧ଟାରେ ମୃତଦେହ ବାଛୁରୀପଡା ଗ୍ରାମରେ ପହଞ୍ଚିଥିଲା |ପରେ ଶେଷ ଦର୍ଶନକରି ସମବେଦନା ସାଙ୍ଗକୁ ଶୋକବ୍ୟକ୍ତ କଲେ ବଡସାହି ବିଧାୟକ ସନାତନ ବିଜୁଳି। ସୂଚନା ମୁତାବକ ରବିବାର ବାଛୁରୀପଡା ଗାଁରେ ଘଟିଯାଇଥିବା ଭୟଙ୍କର ବାଣ ବିସ୍ପୋରଣରେ ସନ୍ତୋଷ ଦାସଙ୍କ ପରିବାରର ଚାରିଜଣ ଗୁରୁତ୍ବର ଆହତ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ସନ୍ତୋଷଙ୍କ ବଡ ପୁଅ ଅନିଲ ଦାସଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ବେଳେ ଅନିଲର ମାଆ ଶାନ୍ତିଲତା,ସ୍ତ୍ରୀ କ୍ରୀଷ୍ଣା ଓ ସାନ ଭାଇ ସୁନୀଲ ଦାସ ଏବେ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।ମୃତଦେହ କଟକରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସୋମବାର ରାତିରେ ପୈତୃକ ଗାଁ ବାଛୁରୀପଡାରେ ପହଞ୍ଚିବା ପରେ ଶେଷଶେଷ ପାଇଁ ପୁରା ଗାଁ ଲୋକାରଣ୍ୟ ହୋଇପଡିଥିଲା। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୁଳିଙ୍କ ସମେତ ବେତନଟୀ ବ୍ଲକର ବିଭିନ୍ନ ସ୍ଥାନରୁ ଦଳିୟ ନେତୃବୃନ୍ଦ ପହଞ୍ଚି ଶେଷଦର୍ଶନ ପୂର୍ବକ ଶୋକ ପ୍ରକାଶ କରାଯାଇଥିଲା। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳିୟ ପତାକା ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଛି। ଅନିଲ ଦାସଙ୍କର ଏଭଳି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ପୁରା ବାଛୁରୀପଡା ଗାଁ ସ୍ତବ୍ଧ ହୋଇପଡିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *