ବେଆଇନ ବାଣ କାରଖାନାରେ ବିସ୍ପୋରଣ,୪ ଗୁରୁତ୍ତର ।

ବେଆଇନ ବାଣ କାରଖାନାରେ ବିସ୍ପୋରଣ,୪ ଗୁରୁତ୍ତର ।

Share with people

ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଫଳରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କନାପନ୍ନ ରହିଛି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା ।

ଚାରି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ପୂସୂଚନା ମୁତାବକ, ବାଛୁରପଡା ଗ୍ରାମର ଗୋଟିଏ ପରିବାରର ୪ ଜଣ ବେଆଇନ ବାଣ ତିଆରି କାମରେ ନିୟୋଜିତ ଥିଲେ। ହେଲେ କୌଣସି କାରଣରୁ ରବିବାର ପୂର୍ବାହ୍ନ ୧୧ଟା ବେଳକୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।ଫଳରେ ପକ୍କା କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଥିଲା । ଏଥିସହ ବିସ୍ଫୋରଣରେ ପରିବାରର ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେବେ ଗ୍ରାମର ଅନ୍ୟାନ୍ୟ ପରିବାର ଲୋକଙ୍କ ଭଳି ସନ୍ତୋଷ ଦାସଙ୍କ ପରିବାର ମଧ୍ୟ ଦୀର୍ଘ ବର୍ଷ ହେବ ବିସ୍ଫୋରକ ସାମଗ୍ରୀ ମହଜୁଦ ରଖି ବାଣ ତିଆରି କରିଆସୁଥିଲେ । ଆଗକୁ ଦୀପାବଳି ଆସୁଥିବାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ବାଣ ତିଆରି ସରଞ୍ଜାମ ଆଗୁଆ ମହଜୁଦ ରଖାଯାଇଥିଲା । ରବିବାର ପୂର୍ବାହ୍ନରେ ସନ୍ତୋଷଙ୍କ ବଡ଼ ପୁଅ ଅନିଲ ବାଣ ପ୍ରସ୍ତୁତି କରୁଥିବାବେଳେ କୌଣସି କାରଣରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଅନିଲ ଗୁରୁତର ଭାବେ ଆହତ ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନା ନିଆଯାଇଥିବାବେଳେ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନିଲଙ୍କ ମାଆ ଶାନ୍ତିଲତା ଦାସ, ସ୍ତ୍ରୀ କ୍ରିଷ୍ଣା ଦାସ, ସାନ ଭାଇ ସୁନୀଲ ଦାସ ମଧ୍ୟ ଆହତ ହୋଇ ସ୍ଥାନୀୟ ବୈଶିଙ୍ଗା ଡାକ୍ତର ଖାନାରେ ଚିକିତ୍ସାଧୀନ ଅଛନ୍ତି ।

ଅନ୍ୟପଟେ ବିସ୍ଫୋରଣ ଖବରପାଇ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବେତନଟୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ବିସ୍ଫୋରଣରୁ ସୃଷ୍ଟି ଅଗ୍ନିକାଣ୍ଡକୁ ଆୟତ୍ତ କରିଛନ୍ତି । ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

[ ରିପୋର୍ଟ- ଜଗନ୍ନାଥ ହେମ୍ବ୍ରମ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *